ଉତ୍କଳ ସାମ୍ବାଦିକ ସଂଘ ଜଳେଶ୍ୱର ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଉତ୍କଳ ସାମ୍ବାଦିକ ସଂଘ ଜଳେଶ୍ୱର ଶାଖା ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ସ୍ଥାନୀୟ ଖୁସି ପ୍ଲାଜାଠାରେ ପାଳିତ ହୋଇ ଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ଅମର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରି ଏ ସୁସ୍ଥ ଗଣତନ୍ତ୍ର ଲାଗି ଗଣମାଧ୍ୟମର ଭୂମୀକା ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବାର୍ ଏସୋସିଏସ୍‌ନର ସଭାପତି ଆଇନ୍‌ଜିବୀ ଅନୀଲ କୁମାର ପରିଡା ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଗଣମାଧ୍ୟମ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ମୁଖ୍ୟ ଅଂଗ ଭାବେ କାର୍ଯ୍ୟ କରୁଛି । ବିଭିନ୍ନ ସମୟରେ ସମାଜର ତଳ ସ୍ତରର ଲୋକମାନଙ୍କୁ ସାମାଜିକ ନ୍ୟାୟ ଦେବାରେ ଏହା ସହାୟକ ହୋଇଥାଏ ବୋଲି କହିଥିଲେ । ଉତ୍କଳ ସାମ୍ବାଦିକ ସଂଘ ଜଳେଶ୍ୱର ଶାଖାର ସଭାପତି ମନୋଜ କୁମାର ଭୂୟାଁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକମାନେ ଏକତାବଦ୍ଧ ଭାବେ କାର୍ଯ୍ୟ କଲେ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ସମାଧାନ କରିବାରେ ସହଜ ହୋଇ ପାରିବେ ବୋଲି କହିଥିଲେ । ସଂଘର ବରିଷ୍ଠ ଉପଦେଷ୍ଟା ଶ୍ରୀକୃଷ୍ଣ ଗୁପ୍ତା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବିନାରାୟଣ ପାତ୍ର, ଆଶିଷ ଗିରି, ଦୁର୍ଗାଶଂକର ଗିରି, ଗୋପବଂଧୁ ସାହୁ, ଦୀନବଂଧୁ ପ୍ରଧାନ, ଅର୍ଜୁନ ସିଂ, କବିତା ମାନ୍ଧାତା, ରାଜେଶ ପ୍ରଧାନ, ଗୌରୀଶଂକର ମହାନ୍ତି, ଗୌରଗୋପାଳ ସେନ୍‌, ପ୍ରତାପ ଜେନା, ଅଶ୍ୱିନୀ ନାଥ ପ୍ରମୁଖ ବହୁ ସାମ୍ବାଦିକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସଂଜୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା