ଉତ୍କଳ ଜନନୀ ସେବା ସଂଗଠନ ପକ୍ଷରୁ ଇକିଡ଼ା ଗ୍ରାମରେ ଶୁଖିଲା ଖାଦ୍ୟ ପଦାର୍ଥ ବଣ୍ଟନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଉତ୍କଳ ଜନନୀ ସେବା ସଂଗଠନ ଜଳେଶ୍ଵର ଦ୍ୱାରା ଆଜି ପୂର୍ବାହ୍ନରେ ଜଳେଶ୍ୱର ବ୍ଲକର ଖାଲିନା ଗ୍ରାମ ପଞ୍ଚାୟତର ଇକିଡା ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷା ଏବଂ ବନ୍ୟା ପାଣିରେ ବହୁ ଘର ନଷ୍ଟ ସହିତ ବହୁ ପରିବାର ପ୍ରଭାବିତ ହୋଇ ଥିବାରୁ ପାଖାପାଖି ୧ ଶହରୁ ଉର୍ଦ୍ଧ ପରିବାରକୁ ଶୁଖିଲା ଖାଦ୍ୟ ଯଥା ଚୁଡା, ବିସ୍କୁଟ, ଚିନି ଏବଂ ନାସ୍ତା ଇତ୍ୟାଦି ସଂଗଠନ ଦ୍ଵାରା ବଣ୍ଟନ କରାଯାଇଛି । ସଂଗଠନର ସଭାପତି ହେମନ୍ତ କୁମାର ଜେନା, ଜ୍ୟୋତିର୍ମୟ ଜେନା, ରଘୁନାଥ ଜେନା, ବିନୋଦ ମାଝୀ, ବଳଭଦ୍ର ନନ୍ଦ, ସତ୍ୟରଞ୍ଜନ ବେଜ, ଦୀପକ ଜେନା, ଧରଣୀ ଜେନା, ସତ୍ୟବ୍ରତ ପଣ୍ଡା, ସତ୍ୟବ୍ରତ ପାଣିଗ୍ରାହୀ, ରାଜେଶ କାମିଳା, ସପନ ଗୋଛାୟତ, ବିକାଶ ଜେନା ଆଦି ଉପସ୍ଥିତ ଥିଲେ, ସଂଗଠନର ଏତାଦୃଶ୍ୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । 

ରିପୋର୍ଟ : ଭୂପତି ପରିଡା