ଉଠା ଦୋକାନଙ୍କୁ ନଗଦ ଟଙ୍କା ଓ ୬୦ ବର୍ଷର ଉର୍ଦ୍ଧ ଲୋକଙ୍କ ଟୀକାକରଣ ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରିବାକୁ କଂଗ୍ରେସ ସଭାପତି ପୀତବାସ ପଣ୍ଡାଙ୍କ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉଠା ଦୋକାନଙ୍କୁ ନଗଦ ଟଙ୍କା ଓ ୬୦ ବର୍ଷର ଉର୍ଦ୍ଧ ଲୋକଙ୍କ ଟୀକାକରଣ ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା କରିବାକୁ ଗଞ୍ଜାମ ଜିଲ୍ଲା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ତଥା ଆଇନଜୀବି ପୀତବାସ ପଣ୍ଡା ଦାବି କରିଛନ୍ତି l ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ସଭାପତି ପୀତବାସ ପଣ୍ଡା କହିଛନ୍ତି ଯେ, ବ୍ରହ୍ମପୁର ସହର ହେଉଛି ଉଠା ଦୋକାନୀ ମାନଙ୍କ ସହର । ଲୋକମାନେ ଏଠାରେ ନିଜ ନିଜର ଜୀବିକା ପାଇଁ ପ୍ରତିଦିନ ପାନ ଦୋକାନ, ଚା ଦୋକାନ ଠାରୁ ଆରମ୍ଭ କରି ଠେଲା ଗାଡିରେ ଫଳ ପନିପରିବା ବିକ୍ରି କରି ନିଜର ଜୀବିକା ବଞ୍ଚେଇଥାନ୍ତି । ଏମାନେ ପ୍ରତିଦିନ ପୌରସଂସ୍ଥାକୁ ଟିକସ ମଧ୍ୟ ଦେଇ ଆସୁଛନ୍ତି । ବର୍ତ୍ତମାନ କରୋନା ସମୟରେ ଏହି ବର୍ଗର ମଣିଷ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କରୋନା ଏହି ମାନଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରି ସାରିଛି କିନ୍ତୁ ସରକାର କେବଳ ନୀରବ ହୋଇ ଦେଖି ରହିବା ଦୁର୍ଭାଗ୍ୟର କଥା । ତେବେ ବ୍ରହ୍ମପୁର ପୌରସଂସ୍ଥା ତୁରନ୍ତ ଏହି ବର୍ଗର ଛୋଟ ଛୋଟ ଦୋକାନୀ ମାନଙ୍କୁ ମାସିକ ୬ ହଜାର ଟଙ୍କା ଦେବା ପାଇଁ ବ୍ୟବସ୍ଥା କରୁ ଏବଂ ମହାନଗର ନିଗମରେ ଚାଲିଥିବା ଟୀକା କରଣ ଅଭିଯାନରେ ୬୦ବର୍ଷର ଉର୍ଦ୍ଧ ବ୍ୟକ୍ତିଙ୍କୁ ପୈରସଂସ୍ଥା ନିଜର ଗାଡି ଦ୍ଵାରା ଘରୁ ଆଣି ଟୀକା କେନ୍ଦ୍ର ମାନଙ୍କରେ ପହଂଚାଇବା ଓ ଟୀକା ଦେଇ ସାରିବା ପରେ ବୃଦ୍ଧ ବ୍ୟକ୍ତିଙ୍କୁ ନିଜ ନିଜ ଘରେ ପହଁଚାଇବା ବ୍ୟବସ୍ଥା କରିବାକୁ ଶ୍ରୀ ପଣ୍ଡା ଦାବୀ କରିଛନ୍ତି l