ଅସହାୟ, କୋଭିଡ ଆକ୍ରାନ୍ତ, ସଚେତନତା, ଗରିବ ଖଟିଖିଆଙ୍କୁ ସାହାଯ୍ୟ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ତାର କାୟା ବିସ୍ତାର କରି ଲୋକଙ୍କୁ ଭୟଭୀତ କରି ଚାଲିଥିବା ବେଳେ ବହୁ ଲୋକଙ୍କ ମୃତ୍ୟୁ ବି ଘଟୁଛି ଏହାକୁ ରୋକିବା ପାଇଁ ଲକଡାଉନ କରା ଚାଲିଥିବା ବେଳେ ଅସହାୟ, କୋଭିଡ ଆକ୍ରାନ୍ତ, ସଚେତନତା, ଗରିବ ଖଟିଖିଆଙ୍କୁ ସାହାଯ୍ୟ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡିଛି । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ପକ୍ଷରୁ ସହାୟ ଟିମ୍ ଗଠନ କରି ଅସହାୟ ମାନଙ୍କୁ ନିଃଶୁଳ୍କ ଅକ୍ସିଜେନ, ଖାଦ୍ୟ, ସ୍ଵାସ୍ଥ୍ୟ ସେବା କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ଘର ଘର ବୁଲି କରୋନା ଜନିତ ଲକ୍ଷଣ ପରୀକ୍ଷା ସହ ଅମ୍ଳଜାନ, ଔଷଧ, ଯୋଗାଇ ଥିବା ଦେଖିବାକୁ ମିଳିଥିଲା । ଗୋପାଳପୁର ନିର୍ବାଚନ ମଣ୍ଡଳ ଅଧିନସ୍ଥ ପ୍ରତି ପଞ୍ଚାୟତ ୱାର୍ଡରେ ଜ୍ଵର, କାଶ, ଲକ୍ଷଣ ଥିବା ଲୋକଙ୍କ ପାଖକୁ ଯାଇ ଥର୍ମାଲ ସ୍କ୍ରିନିଂ ଓ ଅମ୍ଳଜାନ ପରୀକ୍ଷା କରି ଔଷଧ, ଅମ୍ଳଜାନ ନେବା ପାଇଁ ଭ୍ରାମ୍ୟମାନ ଅଟୋ ସେବା ଯାନ ଗୋଳନ୍ଥରା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ଦିନ କେନ୍ଦ୍ରରେ ଶାସନ କରୁଥିବା ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଦ୍ବିତୀୟ ବର୍ଷ ପୂର୍ତ୍ତି ଅଵସରରେ କରୋନା ସହାୟତା ଯଥା ମାସ୍କ ବଣ୍ଟନ, ଔଷଧ ବଣ୍ଟନ, ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ବଣ୍ଟନ, ବସ୍ତି ସାନିଟାଇଜର, ସ୍ୱଚ୍ଛ ଭାରତ ଆଦି ସେବା କାର୍ଯ୍ୟ ପ୍ରତି ଗାଁ ତଥା ନଗରାଞ୍ଚଳ, ୱାର୍ଡରେ କୋଭିଡ ଗାଇଡ଼ ଲାଇନ ମାନି କରାଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନା । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଉପସଭାପତି ବିନୋଦ ମିଶ୍ର, ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସୂର୍ଯ୍ୟ ପାତ୍ର, ସ୍ୱାସ୍ଥ୍ୟ ସେଲ ସଭାପତି ରାଜୀବ କୁମାର ମିଶ୍ର, ସୋସିଆଲ ମିଡିଆ ସେଲ ସଭାପତି ଶିବ ପ୍ରସାଦ ପାତ୍ର, ସନତ୍ ନାୟକ, ବ୍ରଜ ମୋହନ ନାହାକ, ଶିବ ଶଙ୍କର ନାୟକ, ଶିବ ପ୍ରସାଦ ପାତ୍ର, ଅଶୋକ ସାହୁ, ଡ଼. ପ୍ରଦୀପ ପଟ୍ଟନାୟକ, ଯୁବ ମୋର୍ଚ୍ଚର ଶୁଭାଶିଷ ସାହୁ, ସେବା କାର୍ଯ୍ୟକ୍ରମର ସଂଯୋଜକ ଜଗମୋହନ ପାତ୍ର, ସୁରଜ ନାୟକ, ସୋମନାଥ ପାତ୍ର, ପି.ରାଜେନ୍ଦ୍ର, ଯୁଧିଷ୍ଠିର ନାୟକ, ଏସ୍ ରାଜା ରାଓ, ଶ୍ରୀନୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।