ଇମ୍ଫା ତରଫରୁ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ

୧୨ଟି ଡଷ୍ଟବିନ୍,ଗୋଟିଏ ଟ୍ରାଇ ସାଇକେଲ ଦାନ କଲା ଇମ୍ଫା 

ରାୟଗଡା (ତୁଷାର ରଞ୍ଜନ ସାହୁ):  ଗତ ସେପ୍ଟେମ୍ବର ୧୫ତାରିଖ ଠାରୁ ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଧରି ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଶେଷ ଦିସବରେ ରାୟଗଡା ଜିଲ୍ଳା କୋଲନରା ବ୍ଳକ ଅଧୀନସ୍ଥ ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀ ତରଫରୁ ଶ୍ରୀ ଲକ୍ଷ୍ମୀ ନାରାୟଣ ବଣିକ ସଂଘ,ଡି.ପି.କ୍ୟାମ୍ପ ଓ ଥେରୁବାଲି ଗ୍ରାମ ପଂଚାୟତ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ସେପ୍ଟେମ୍ବର ୧୫ତାରିଖରୁ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମଗୁଡିକରେ ଛାତ୍ରଛାତ୍ରୀ,ଗୃହଣୀ ଓ କମ୍ପାନୀ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସଚେତନତା ଭିତିକ କରାଯାଇଥିଲା । ସେହିପରି ଡି.ପି.କ୍ୟାମ୍ପର ମୁଖ୍ୟ ବଜାର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତାପସ କୁମାର ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏବିଡିଓ ଶିବଗୋପାଳ ରାଓ,ବ୍ଳକ ଅଧ୍ୟକ୍ଷ ତେଜରାଜ ନାଗ,ଥେରୁବାଲି ପଂଚାୟତ ସରପଂଚ ଶ୍ରୀମତି କମଳା ହିକକା,ଇମ୍ପା ଉତ୍ପାଦନ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ଇ.ଭି.ଏସ.ଉମା ମହେଶ୍ୱର,ସ୍ଥାନୀୟ ପଲ୍ଳୀ ବିକାଶର ନିର୍ଦ୍ଦେଶକ ରାଧାଶ୍ୟାମ ପଣ୍ଡା,ଲକ୍ଷ୍ମୀନାରାୟଣ ବଣିକ ସଂଘର ସଭାପତି ପ୍ରହଲ୍ଳାଦ ହିକକା ଏବଂ ଆଖପାଖ ଅଂଚଳର ମାନ୍ୟଗଣ ବ୍ୟକ୍ତି,ଏସଏଚଜି ଓ ଇମ୍ଫା ପଶାସନ ଓ ମାନବ ସମ୍ବଳ ବିଭାଗର ଅତିରିକ୍ତ ସାଧାରଣ ପ୍ରଶାସକ ଅଜୟ କୁମାର ବେହୁରିଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସମସ୍ତ ଅତିଥିବୃନ୍ଦ ସ୍ୱଚ୍ଛତା ଓ ଏହାର ମହତ୍ୱ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ କିପରି ସାକାର କରିହେବ ତା ଉପରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ମୁଖ୍ୟ ବଜାରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ ଇମ୍ଫା ପକ୍ଷରୁ ୧୨ଗୋଟି ଡଷ୍ଟବିନ,ଗୋଟିଏ ଟ୍ରାଇ ସାଇକେଲ ସହ ମାସିକ ଆର୍ଥିକ ସହାୟତାର ମଧ୍ୟ ବନ୍ଦୋବସ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଇମ୍ଫା କର୍ମଚାରୀମାନଙ୍କ ସହ ବଣିକ ସଂଘର ସଭ୍ୟ,ସ୍ଥାନୀୟ ଯୁବକ ସଂଘ,ବିଜୁ ବାହିନୀର ସଦସ୍ୟ ମାନେ ଯୋଗଦେଇ ଡି.ପି.ମାର୍କେଟ ଅଂଚଳ ସଫାସୁତୁରା କରିଥିଲେ । ଇମ୍ôଫା କାରଖାନାର ମୁଖ୍ୟ କେ.ଭି.ରାଓଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମଟିକୁ ଦିନେଶ କୁମାର ମହାନ୍ତି ଓ ଞାନରଂଜନ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଶରତ କୁମାର ପାଢୀ ସଂଯୋଜନା କରିଥିଲେ । ଶେଷରେ ଇମ୍ପାର ଲୋକ ସଂପର୍କ ବିଭାଗର ପରିଚାଳକ ଶକ୍ତିପ୍ରସାଦ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏପରି ମହତ କାମ ପାଇଁ ଇମ୍ଫାକୁ ସାଧୁବାଦ ଜଣାଇଛନ୍ତି ।