ଇତିହାସର ଏକ ଅଜଣା ପୃଷ୍ଠା..

ଆଜିକାଲି ଯେପରି ମୋ ସ୍କୁଲ,ମୋ ବସ୍,ମୋ ସାଇକଲ,ଆମ ହସ୍ପିଟାଲ,ଆମ ପାର୍କ ଆମ ଥାନା ବା ଲୋକଙ୍କ ଥାନା ଇତ୍ୟାଦି ପ୍ରସଙ୍ଗ ରହିଛି,ସେମିତି ୭୦/୮୦ଦଶକରେ ଏକ ବିଜ୍ଞାପନ ଅତି ଲୋକପ୍ରିୟ ହୋଇପାରିଥିଲା,”ହମାରା ବଜାଜ” ବା ଆମର ବଜାଜ । ଏହା ଥିଲା ଭାରତୀୟ ପରିବହନ ବ୍ୟବସ୍ଥାର ଅନ୍ୟତମ ବଡ଼ ପରିଚୟ,ଦୁଇଚକିଆଯାନ ଵଜାଜ ସ୍କୁଟରର ବିଜ୍ଞାପନ । ବଜାଜର ପ୍ରିୟା,କଵ୍,ଚେତକ୍,ବ୍ରାଭୋ,କ୍ଲାସିକ୍ ମଧ୍ୟରୁ ସର୍ବାଧିକ ବିକ୍ରୀ/ ଜନପ୍ରିୟ ସ୍କୁଟର ଥିଲା “ଚେତକ୍” ।ଚେତକର ନାମକରଣ କରାଯାଇଥିଲା ଭାରତୀୟ ଅନନ୍ୟ ରାଜପୁତ ଯୋଦ୍ଧା,ମେବାରର ମହାରଣା ପ୍ରତାପଙ୍କର କାଳଜୟୀ,ପ୍ରଭୁଭକ୍ତ,ଦୁର୍ଦ୍ଦଷ ଘୋଡ଼ା ଚେତକର ନାମାନୁଯାୟୀ । ଯିଏ ନିଜେ ଆହତ ହୋଇମଧ୍ୟ ନିଜର ପ୍ରଭୁ ଆହତ ମହାରଣା ପ୍ରତାପଙ୍କୁ ହଳଦିଘାଟି ଯୂଦ୍ଧଭୂମିରୁ ଅଵିରାମଭାଵେ ଧାଇଁ ଧାଇଁ ମେବାର ରାଜ-ପ୍ରାସାଦର ଗେଟ୍ ପାଖରେ ଛାଡ଼ିଦେଇ ନିଜେ ଟଳି ପଡ଼ିଥିଲା ବା ମରିଯାଇଥିଲା ।ଆଜିର ଏହି ପ୍ରସଙ୍ଗଟି ଚେତକଭଳି ଅନ୍ୟ ଏକ ପ୍ରଭୁଭକ୍ତ,ଦୁର୍ଦ୍ଦଷ ଘୋଡ଼ା “ଶୁଭ୍ରକ”ର କାହାଣୀ । ୧୧୯୧ ମସିହାରେ ରାଜସ୍ଥାନର ଟେରାଇନ ନାମକ ସ୍ଥାନରେ ଭାରତର ଶେଷ ସ୍ବାଧିନ ରାଜା ପୃଥ୍ୱୀରାଜ ଚୌହାନ ଓ ଆଫଗାନ ଆକ୍ରମଣକାରୀ ମହମ୍ମଦ ଘୋରୀଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା,ଯୋଉଥିରେ ଘୋରୀ ପରାସ୍ତ ହୋଇ ଫେରିଯାଇଥିଲେ,ମାତ୍ର ସେଥି- ରେ ପୃଥ୍ୱୀରାଜଙ୍କ ଭିଣୋଇ ସଂଗ୍ରାମ ସିଂ ଓ ତାଙ୍କ ଜ୍ୟେଷ୍ଠ ପୁତ୍ରଙ୍କର ମୃତ୍ୟୁ ହୋଇଥିଲା । ଫଳରେ ସଂଗ୍ରାମ ସିଂଙ୍କର ପ୍ରଥମ ସ୍ତ୍ରୀ ସତୀ ହୋଇଗଲେ ନିଆଁକୁ ଡେଇଁ ଓ ୨ୟ ରାଣୀ କୁର୍ମା ଦେବୀ ନିଜ ପୁତ୍ରର ରାଜ୍ୟାଭିଷେକ ଓ ପତିହତ୍ୟାର ପ୍ରତିଶୋଧ ନେବାକୁ ପ୍ରଚେଷ୍ଟା ଜାରି ରଖିଲେ।୨ବର୍ଷପରେ କୁର୍ମା ଦେବୀ ୯ଜଣ ଅନ୍ୟ ରାଜା ଓ ୧୧ଜଣ ସ୍ଥାନୀୟ ମୁଖ୍ୟଙ୍କ ସହିତ ସେହି ପୂର୍ଵସ୍ଥାନରେ ମହମ୍ମଦ ଘୋରୀଙ୍କଦ୍ଵାରା ନିଯୁକ୍ତ ଶାସକ,କୁତବୁଦ୍ଦିନ ଆଇବାକ (ଭାରତ ଇତିହାସରେ ଦାସ ବଂଶର ପ୍ରତିଷ୍ଠାତା)ଙ୍କ ସହ ଯୁଦ୍ଧରେ ଆଇବାକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ, ଆଇବାକଙ୍କ ସୈନ୍ୟବଳ ଛତ୍ରଭଙ୍ଗ ଦେଇ ପଳାଇଲେ ଓ ଆଇବାକ ମରିଗଲେ ଭାବି କୁର୍ମା ଦେବୀ ଛାଡି ଚାଲିଆସିଥିଲେ ।କିନ୍ତୁ ସାଂଘାତିକଭାଵେ ଆହତ ଆଇବାକ ମରିନଥିଲେ,ଯୂଦ୍ଧଭୂମିରୁ ଖସିଗଲେ ଓ ପରଵର୍ଷ ପୁଣି ମେଵାର ଆକ୍ରମଣକଲେ, ଅପର୍ଯ୍ୟାପ୍ତ ଧନସମ୍ପତ୍ତି ଲୁଣ୍ଠନସହିତ ସେ ରାଜକୁମାର କୁଅଁର କରନ ସିଂ ଓ ତାଙ୍କ ପ୍ରିୟ ଘୋଡ଼ା ଶୁଭ୍ରକକୁ ନେଇଯାଇଥିଲେ ଲାହୋର।ସେଠାରେ ବନ୍ଦୀଥିବାବେଳେ କରନସିଂ ଖସି ପଳାଇବାକୁ ଚେଷ୍ଟା କରିବାରୁ କୁତବୁଦ୍ଦିନ କରନଙ୍କର ମୁଣ୍ଡକାଟ ଆଦେଶଦେଲେ ଓ ଅଧିକ ପ୍ରତିଶୋଧ ପରାୟଣ ହୋଇ ସେହି କଟାମୁଣ୍ଡକୁ ବଲକରି ଗଲ୍ଫଖେଳିବେ ବୋଲି ପାର୍ଶଦମାନଙ୍କୁ କହିଥିଲେ । ପରଦିନ ଯୋଉଠି କରନ ସିଂଙ୍କ ମୁଣ୍ଡକାଟ ହେବ ସେ ସ୍ଥାନକୁ କୁତବୁଦ୍ଦିନ,ଶୁଭ୍ରକରେ ଚଢି ପହଞ୍ଚିଥିଲେ,ଶୁଭ୍ରକ ତା’ର ମାଲିକକୁ ଚିହ୍ନିଦେଲା ଓ ମୁଣ୍ଡକାଟ ହେବାର ଜାଣିପାରିଲା ଏଥିରେ ବିବ୍ରତହୋଇ ଶୁଭ୍ରକ ବିଚିତ୍ର ରଡିକଲା ଓ କାନ୍ଦିଲା ଏବଂ ଏଭଳି ଡେଇଁଲା ଯେ କୁତବୁଦ୍ଦିନ ତଳେ ପଡିଗଲେ,ନିଜ ମାଲିକର ଅପମାନର ପ୍ରତିଶୋଧ ନେବା ସକାଶେ ଶୁଭ୍ରକ କୁତବୁଦ୍ଦିନଙ୍କ ଛାତି ଓ ମୁଣ୍ଡକୁ ଖୁରାରେ ତୀବ୍ରଭାବରେ ଆଘାତ କରିଚାଲିଲା ।ପ୍ରାୟ ୧୫/୧୬ ଶକ୍ତଖୁରାଘାତପରେ କୁତବୁଦ୍ଦିନ ସେହିଠାରେ ପ୍ରାଣତ୍ୟାଗ କଲେ । ଏହିଘଟଣାରେ ନିକଟରେଥିବା ସୈନ୍ୟସାମନ୍ତମାନେ ହତବାକ୍ ହୋଇଗଲେ ।ଇତିମଧ୍ୟରେ କରନ ସିଂ ନିଜକୁ କୌଶଳକ୍ରମେ ମୁକ୍ତକରି ଶୁଭ୍ରକ ଉପରେ ସବାରହୋଇଗଲେ,ଶୁଭ୍ରକ ୩ଦିନ, ୩ରାତି ନିରବଚ୍ଛିନ୍ନ ଭାଵେ ଦୌଡି ଦୌଡି ଲାହୋରରୁ ଚିତ୍ତୋରଗଡ ଦୁର୍ଗ ଗେଟପାଖରେ ପହଞ୍ଚିଗଲା ନିଜ ମାଲିକ କରନ ସିଂକୁ ଓହ୍ଲାଇଦେଇ ଅବିରାମ ଗତିରେ ଦୌଡ଼ିଥିବା ଆହତ ଶୁଭ୍ରକ ସେହିଠାରେ ଟଳିପଡିଲା ଓ ମୃତ୍ୟୁବରଣ କଲା।ଧନ୍ୟ ସେହି ପ୍ରଭୁଭକ୍ତ ପଶୁ-ଘୋଡା,ଶୁଭ୍ରକ ଯିଏ ନିଜ ଜୀବନ ବିନିମୟରେ ମାଲିକକୁ ବଞ୍ଚାଇଦେଲା । ଏବେ ଆସନ୍ତୁ ଜାଣିବା ଶୁଭ୍ରକ ସମ୍ବନ୍ଧରେ ବିସ୍ତୃତ ଭାବରେ।ମେବାରର ଜଣେ ଜଣା-ପୁଣି ଅଶ୍ଵପାଳକ ଥରେ ରାଜା ସମର ସିଂ ପାଖକୁ ଦୁଇଟି ବଳିଷ୍ଠଅଶ୍ଵ”ତାମ୍ରକ”” ଓ “ଶୁଭ୍ରକ” ଆଣି ଆସିଥିଲେ ଏବଂ ଅଶ୍ଵ ଦୁଇଟିଙ୍କ ବୀରତା(ଦୁର୍ଦ୍ଦଶା)ଓ କ୍ଷୀପ୍ରଗତି ସମ୍ପର୍କରେ ବହୁତ କଥା କହିଥିଲେ ।ତନ୍ମଧ୍ୟରୁ ତାମ୍ରକର ପରୀକ୍ଷା ନିମନ୍ତେ ଏକ ବିଚିତ୍ର ଉପାୟ ଅବଲମ୍ବନ କରାଯାଇଥିଲା ।ତାମ୍ରକର ଆଣ୍ଠୁ ପର୍ଯ୍ୟନ୍ତ ବାଲିରେ ପୋତି ଦିଆଯାଇଥିଲା ଏବଂ ନିର୍ଣ୍ଣୟର ଧାରା ଥିଲା,ଇସାରା ପାଇବାମାତ୍ରେ ଯଦି ସିଏ ଦୌଡିବା ଆରମ୍ଭ କରିଦେବ,ତେବେ ସିଏ ରାଜାଙ୍କର ପ୍ରିୟ ଘୋଡ଼ା ହୋଇପାରିବ ।ତାଲିମପ୍ରାପ୍ତ ତାମ୍ରକ ଇସାରାମାତ୍ରେ ତୀବ୍ରଵେଗରେ ଉପରକୁ ଉଠି ଧାଇଁବାକୁଲାଗିଲା ଏବଂ ଅବିଶ୍ରାନ୍ତ ୫୦କି.ମି.ଦୌଡିବାପରେ ତାମ୍ରକ ସହସା ପଡ଼ିଗଲା ଏବଂ ତା’ର ପ୍ରାଣବାୟୁ ଉଡିଗଲା ।ପରେ ଲକ୍ଷ କରାଗଲା,ବାଲିରେ ଆଣ୍ଠୁପର୍ଯ୍ୟନ୍ତ ଭଲଭାବେ ପୋତାଯାଇଥିବାରୁ ଏବଂ ତୀବ୍ରବେଗରେ ଉପରକୁ ଉଠିବାରୁ ତାମ୍ରକର ୪ଟି- ଯାକ ଖୁରା ନଷ୍ଟ ସୋଇଯାଇଥିଲା,ଅଭ୍ୟାସବଶତଃ ତାଲିମପ୍ରାପ୍ତ ଅଶ୍ଵ କ୍ଷୀପ୍ରଗତିରେ ଦୌଡିବା ଫଳରେ ଭୀଷଣ ଭାବେ ଆହତ,ଆଘାତପ୍ରାପ୍ତ ହୋଇ ପ୍ରଚୁର ରକ୍ତ କ୍ଷରଣରେ ତାମ୍ରକ ପ୍ରାଣତ୍ୟାଗ କରିଥିଲା।ଏଇ ଘଟଣାରେ ଗଭୀର ମାନସିକ ଆଘାତପ୍ରାପ୍ତ ସମର ସିଂ ଯମଜ(ଯାହା ବିରଳ)ଅଶ୍ଵ ଶୁଭ୍ରକର ଆଉ ପରୀକ୍ଷା ନନେଇ ତାକୁ ପୁତ୍ର କରନ ସିଂକୁ ପ୍ରଦାନ କରିଥିଲେ ଯାହାପରେ ଅନ୍ୟତମ ଶ୍ରେଷ୍ଠ ପ୍ରଭୁଭକ୍ତ ଅଶ୍ଵଭାବେ ପରିଚିତ ହେଲା । ମାତ୍ର ଏତେ ବଡ଼ ବଳିଦାନର ବିଷୟକୁ ଇତିହାସରେ ଲିପିବଦ୍ଧ କରିବାକୁ କୁଣ୍ଠାବୋଧ କରିଥିଲେ ଆମ ତତ୍କାଳୀନ ଇତିହାସକାରମାନେ।କିନ୍ତୁ କିଛି ପର୍ସିଆନ ବହିରେ ଏ,”ଶୁଭ୍ରକ”ପ୍ରସଙ୍ଗର ଉଲ୍ଲେଖ ରହିଛି।ବରଂ ତତ୍କାଳୀନ ଐତିହାସିକଗଣ (ବିଦେଶୀ/ମୋଗଲ /ବାମପନ୍ଥୀ) କୁତବୁଦ୍ଦିନଙ୍କ ମୃତ୍ୟୁକୁ ଗଲଫ୍ ଖେଳିବାବେଳେ ଘୋଡାରୁ ଖସି ମୃତ୍ୟୁ ବୋଲି ଲିପିବଦ୍ଧ କରିଥିଲେ,ଯାହା ବିଶ୍ଵାସଯୋଗ୍ୟ ନୁହେଁ ।କାରଣ ୧୧ବର୍ଷରୁ ଘୋଡ଼ା ଚଢୁଥିବା, ଜୀବନରେ ଶତାଧିକ ଯୁଦ୍ଧ ଲଢିଥିବା କୁତବୁଦ୍ଦିନ ଅଶ୍ଵରୁଖସି ପ୍ରାଣତ୍ୟାଗ କରିଥିବା ଅସମ୍ଭବ ଲାଗେ !ଅପରପକ୍ଷେ ମହାରଣା ପ୍ରତାପଙ୍କ ବିଶ୍ଵବିଖ୍ୟାତ ଅଶ୍ଵ,ଚେତକ୍ ଓ ରାଣୀ ଲକ୍ଷ୍ମୀବାଈଙ୍କ ପ୍ରଖ୍ୟାତ ଅଶ୍ଵ ବାଦଲ ଭଳି ମହାନ ଅଶ୍ଵ”ଶୁଭ୍ରକ”ର କଥା ମଧ୍ୟ ଅନ୍ତରାଳରେ ରହିଗଲା,ଆମ ଦେଶର ୯୦% ଲୋକ ଵୋଧେ ଶୁଭ୍ରକ କଥା ଜାଣିନଥିବେ।ଏ ପରିପ୍ରେକ୍ଷୀ ରେ ଉଲ୍ଲେଖଯୋଗ୍ୟ ପ୍ରସିଦ୍ଧ ଚେତକ୍ ଅଶ୍ଵର ପ୍ରସଙ୍ଗ ମଧ୍ୟ ଇତିହାସରେ ଯେଉଁଭଳି ସ୍ଥାନ ପାଇବା କଥା ପାଇନାହିଁ,ଅର୍ଥାତ୍ ସେମିତି ଉଲ୍ଲେଖ ନାହିଁ ।ବିଖ୍ୟାତ,ଦୁର୍ଦ୍ଦଷ,ପ୍ରଭୁଭକ୍ତ ଅଶ୍ଵ ଚେତକ ସକାଶେ ରାଜସ୍ଥାନରେ ଏକ ଲୋକଗୀତ ଗାଆନ୍ତି,”ଓ ଲିଲେ ଘୋରେରେ ଅଶ୍ଵୱର ,ଓ ସେଭିୟର ଆଟପ ଦି ବ୍ଲୁ(ଚେତକ-ଧଳା)ଷ୍ଟାଲିୟନ।” ସ୍ବାଧୀନତା ପୂର୍ବର ଐତିହାସିକଗଣ ପ୍ରାୟ ବିଦେଶୀ ଥିଲେ, ମାତ୍ର ସ୍ୱାଧୀନତା ପରର ଇତିହାସକାରମାନେ ତ ଦେଶୀୟ ଥିଲେ, କିନ୍ତୁ ତତ୍କାଳୀନ ସରକାରଙ୍କ ନିର୍ଦ୍ଦେଶରେ ବାମପନ୍ଥୀ ଚିନ୍ତାଧାରାର ପ୍ରବକ୍ତାମାନେ ବିଦେଶୀ/ଆକ୍ରମଣକାରୀ/ହତ୍ୟାକାରୀ(ହଜାର ହଜାର ଲୋକଙ୍କ ରକ୍ତରେ ହୋରୀ ଖେଳିଥିବା)/ଲୁଣ୍ଠନକାରୀ ମାନଙ୍କୁ, ପ୍ରାଜ୍ଞ/ ବିଜ୍ଞ/ ଶହୀଦ/ଦେଶସେଵୀ/ଜନତାର ତ୍ରାଣକର୍ତ୍ତା ଭାଵେ ଅଭିହିତ କରିବାରେ କୌଣସି ଅବହେଳା କରିନାହାନ୍ତି ।ଯୋଉ ଅଗଣିତ ବୀର, ଦେଶ ସେବକ,କ୍ରାନ୍ତିକାରୀ,ଶହୀଦ ଦେଶପାଇଁ ନିଜର ସର୍ବସ୍ବ ତ୍ୟାଗକଲେ, ବଳିଦାନ ଦେଲେ ସେମାନେ ରହିଗଲେ ଇତିହାସ ପୃଷ୍ଠାରେ ଗୌଣ ହୋଇ !ଏପ୍ରକାର ହୀନମନ୍ୟତା କାହିଁକି କେଜାଣି ! କୁହାଯାଏ ଆମର ସନାତନ ହିନ୍ଦୁ ଧର୍ମ,ଯାହା ବସୁଧୈବ କୁଟୁମ୍ବକମକୁ ବୁଝାଏ ।ଏହା କେବଳ ଏକଧର୍ମନୁହେଁ,ଏକ ଆନ୍ଦୋଳନ,ଏକ ସଂସ୍କୃତି,ଏହା ସମସ୍ତଙ୍କୁ ଏକାଠି କରିବ ଶାସ୍ତ୍ରରେ ଅଛି,”ନିଜ ହିତଲାଗି ଜାତ ନୁହେଁ ହିନ୍ଦୁ,ବିଶ୍ଵ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ।”ତାମାନେ ସବୁ କ’ଣ ଖାଲି ହିନ୍ଦୁଙ୍କର ଦାୟୀତ୍ବ,ଆଉ କାହାର କିଛି କର୍ତ୍ତବ୍ୟ ନାହିଁ ! ମୁଁ କାହିଁକି କହୁଛି,ନିଜେ ଏକ “ଦାସ” ଥିବା କୁତବୁଦ୍ଦିନ,ଧୀରେ ଧୀରେ ଉଠି,”ଅମୀର-ଆଇ-ଅଖଉର”ବା ଦାସମାନଙ୍କର ଅଧ୍ୟକ୍ଷରେ ପହଞ୍ଚିପାରିଥିବା,ଦୁର୍ଦ୍ଦଷ,ରକ୍ତପିପାସୁ,ପ୍ରତିହିଂସା ପରାୟଣ କୁତବୁଦ୍ଦିନ(ଯିଏ ବିଷ୍ଣୁ ଧ୍ୱଜ ମନ୍ଦିର ଧ୍ୱଂସ କରାଇ ନିଜ ନାଁରେ “କୁତବ ମିନାର” ନିର୍ମାଣ କରାଇଥିଲେ) ଙ୍କୁ ଭଲ ଲୋକ ଭାବେ ଦର୍ଶାଗଲା ଅଥଚ ଶୁଭ୍ରକର ଚିହ୍ନବର୍ଣ୍ଣ ନାହିଁ ବହିରେ । ଆଉ ଗୋଟିଏ କଥା ମନେପଡେ, କୌଣସି ହିନ୍ଦୁ କେବେ ହିନ୍ଦୁଙ୍କୁ ସାହାଯ୍ୟ କରିନାହାନ୍ତି ବରଂ ଅପରପକ୍ଷ,ବିରୋଧୀଙ୍କୁ ସହାୟତା କରିଛନ୍ତି ।ଦେଖିନାହାନ୍ତି,ସେଦିନ ଜଣେ ଏକଥା କହୁଥିଲେ ମଧ୍ୟ ସଭାରେ,ଭାରତର ଶେଷ ସ୍ୱାଧୀନ ରାଜା ପୃଥ୍ୱୀରାଜ ଏକାକୀ ଲଢ଼ିଥିଲେ ମହମ୍ମଦ ଘୋରୀ ସହିତ,ମହାରଣା ପ୍ରତାପ ଏକାଲଢ଼ିଥିଲେ ଦୁର୍ଦ୍ଦଷ ମୋଗଲଵାହିନୀ ସହିତ,ଛତ୍ରପତି ଶିବାଜୀ ମହାରାଜ ମଧ୍ୟ ଏକାକୀ ଆଫଜଲ ଖାଁର ସେନାବାହିନୀ ସହିତ ଲଢ଼ିଥିଲେ, ଅନ୍ୟାନ୍ୟ ରାଜା,ମହାରାଜା,ମୁଖିଆମାନେ ଥିଲେ କୋଉଠି !ଏମିତି ସବୁ କାରଣ ହେତୁରୁ ଆମ ଦେଶ,ବୀର ପ୍ରସବିନୀ,ସ୍ବର୍ଣ୍ଣପ୍ରସୂ ଭାରତ ଦୀର୍ଘ ୮ ଶତାବ୍ଦୀ କାଳ ପରାଧୀନତାର ଅତଳ ଗହ୍ୱରକୁ ଠେଲିହୋଇଯାଇଥିଲା ।ଆଉ ଏକ କଥା,ଦୁଃଖ ଦିଏ ଇତିହାସ ପଢ଼ିଲେ,ପୃଥ୍ୱୀରାଜ ମହମ୍ମଦ ଘୋରୀଙ୍କୁ ହରାଇବାପରେ ଛାଡିଦେଇଥିଲେ, ଏଇ ଉପରୋକ୍ତପ୍ରସଙ୍ଗରେ କୁର୍ମାଦେବୀ କୁତବୁଦ୍ଦିନଙ୍କୁ ମରିଯାଇଛନ୍ତିଭାବି ଛାଡିଚାଲିଯାଇଥିଲେ ଯାହା ପରବର୍ତ୍ତୀ ସମୟରେ କାଳ ସାଜିଥିଲା ।ପୃଥ୍ୱରାଜ ଚୌହାନ ଧରାପଡ଼ି ପ୍ରାଣହରାଇ ଥିଲେ,କୁର୍ମା ଦେବୀଙ୍କ ପୁତ୍ରଙ୍କୁ ଧରିନେଇଗଲେ କୁତବୁଦ୍ଦିନ।ହେଲେମଧ୍ୟ ବୁଦ୍ଧି ଶିଖିପାରିନେ ଆମେ,ଆମେ,ଭାରତୀୟମାନେ କ’ଣ ସର୍ବଂସହା ? ଯାହାର ତୁରନ୍ତ ଫଳର ନିଦର୍ଶନ ରହିଛି ଇତିହାସର ଛତ୍ରେ ଛତ୍ରେ ।

ଉପସ୍ଥାପନା – ଲେଖକ -ଜୟନ୍ତ ପଟ୍ଟନାୟକ