ଇଛା ମୁତାବକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ

କଟକ(ସମୃଦ୍ଧ ଓଡିଶା)ଦୁଷ୍କର୍ମ ବା ବଳାତ୍କାରକୁ ନେଇ ଓଡ଼ିଶା ହାଇକୋର୍ଟଙ୍କ ବଡ଼ ରାୟ । ସବୁ ଶାରିରୀକ ସମ୍ପର୍କକୁ ରେପ୍‌ (rape) ବା ଦୁଷ୍କର୍ମ କୁହା ଯିବ ନାହିଁ । ଆଜି କାଲି ଯୁବ ପିଢ଼ି ମଧ୍ୟରେ ପ୍ରେମରୁ ଶାରୀରିକ ସମ୍ପର୍କ କିଛି ନୂଆ କଥା ନୁହଁ । କେତେକ କ୍ଷେତ୍ରରେ ବିବାହ ଯୋଜନା କରି ମନ ସହ ପରସ୍ପରକୁ ଦେହ ମଧ୍ୟ ସମର୍ପି ଦେଉଛନ୍ତି ପ୍ରେମୀ ଯୁଗଳ । ହେଲେ ପରେ କୌଣସି କାରଣରୁ ବ୍ରେକ୍‌ ଅପ୍‌ ହେଲେ ବା ବିବାହ ହୋଇ ନ ପାରିଲେ ଆସୁଛି ଦୁଷ୍କର୍ମ ମାମଲା । ଏଭଳି ଘଟଣାକୁ ନେଇ ଏକ ଐତିହାସିକ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଭଲ ବନ୍ଧୁତାରୁ ଆରମ୍ଭ ହୋଇଥିବା ସମ୍ପର୍କରେ ଫାଟ ସୃଷ୍ଟି ହେଲେ ସେ କ୍ଷେତ୍ରରେ ପୁରୁଷ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି ।

ରିପୋର୍ଟ : ପ୍ରଭାତ କୁମାର ବେହେରା