ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ସନ୍ଧାନ ପରାମର୍ଶ ବୈଠକ

ଆସିକା(ସମୃଦ୍ଧଓଡିଶା)ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ଦୁଇ ଜୁନିୟର କଲେଜ) ର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଏବଂ ଆଇ ଡ୍ରିମ୍ ଯୋଜନା ଏବଂ ହିରୋ ଫାଇନାନସିଆଲ୍ ନିଗମ ସହାୟତାରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଦ୍ୟାର୍ଥୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ନିଯୁକ୍ତି ସମ୍ବନ୍ଧୀୟ ମାର୍ଗ ପ୍ରଦର୍ଶନ କରାଯାଅଥିଲା। ଆଇଡିସି ନିଯୁକ୍ତି ପରାମର୍ଶ ଦାତା ରୂପେ ଶ୍ରୀମତୀ ଦୀପାଲି କ୍ଷେତ୍ରପାଲ ଯୋଗ ଦେଇଥିଲେ। ଅଧ୍ୟକ୍ଷ ସ୍ବାଗତ ଭାଷଣ ରଖିଥିଲେ। କଲେଜ ପ୍ରଶାସନିକ ଅଧିକାରୀ ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା, ଛାତ୍ରଛାତ୍ରୀମାନେ କିପରି ମାନସିକ ସ୍ତରରେ ମୂଲ୍ୟାଙ୍କନ କରି ନିଜର ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପାଇ ପାରିବେ, କିପରି ଶିକ୍ଷାର୍ଥୀ ମାନେ ନିଯୁକ୍ତି ପାଇବା ପାଇଁ ଏବଂ ବ୍ୟକ୍ତିତ୍ବର ବିକାଶ କରିବା ପାଇଁ ଆଗ୍ରହ ତଥା ତତ୍ପର ହୋଇପାରିବେ, ବିଭିନ୍ନ ପ୍ରକାରର ନିଯୁକ୍ତି ପରାମର୍ଶଦାତାଙ୍କ ନିଯୁକ୍ତିର ମାର୍ଗଦର୍ଶନର ସୁବିଧା ପାଇବା, ବିଦ୍ୟାଳୟ ପାଠ୍ୟକ୍ରମର ସୂଚ଼ନା ଏବଂ ବିଭିନ୍ନ ପ୍ରକାରର ମେଧାବୃତି ସମ୍ବନ୍ଧରେ ଅବଗତ ହେବା।। ନିଯୁକ୍ତି୍ ପରାମର୍ଶ ଦାତା ଶ୍ରୀମତୀ କ୍ଷେତ୍ରପାଲ୍ ଛାତ୍ରଛାତ୍ରୀମାନଙ୍କୁ ପ୍ରୋଜେକ୍ଟର ମାଧ୍ୟମରେ ଯୋଗ୍ୟତା ମୁତାବିକ ନିଯୁକ୍ତି ପାଇବାର ଅନେକ ନମୂନା ଉପସ୍ଥାପନ କରିଥିଲେ। ନିଯୁକ୍ତି ପାଇବାର ସୁବିଧା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଆପ୍ ରେ ନାମ, ଯୋଗ୍ୟତା ଏବଂ ବିଦ୍ୟାଳୟର ନାମ ପଞ୍ଜିକୃତ କରିବା ପାଇଁ ଆଗ୍ରହ କରିଥିଲେ। ଏତଦ୍ ଦ୍ବାରା ବିଭିନ୍ନ ସ୍ତରରୁ ପ୍ରାୟ ୫୫୦ ପ୍ରକାରର ନିଯୁକ୍ତି ମୋବାଇଲ ଦାସବୋର୍ଡରେ ଉପଲବ୍ଧ ହୋଇପାରିବ ବୋଲି ସୂଚ଼ନା ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇ ଶ୍ରେଣୀର ପ୍ରାୟ ସମସ୍ତ ଶିକ୍ଷାର୍ଥୀ ନିଜ ମୋବାଇଲ୍ ଆପରେ ପଞ୍ଜିକୃତ କରିଥିଲେ। ଏହି ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିପାଠୀଙ୍କ ସମେତ କର୍ଣ୍ଣଲ୍ ବିନୟ କ୍ଷେତ୍ରପାଲ, ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ, ଯୁକ୍ତ ଦୁଇ ୟୁନିଟର ନିଯୁକ୍ତି ଉପଦେଷ୍ଟା ସାଲ କୁମାର ସ୍ବାମୀ ମଞ୍ଚାସୀନ ଥିବା ବେଳେ ଅଧ୍ୟାପକ ସରୋଜ କୁମାର ପଣ୍ଡା, ରାଜେଶ୍ କୁମାର ସାହୁ, ଅଧ୍ୟାପିକା ଶୈଲ କୁମାରୀ ଝା, ବନଶ୍ରୀ ମହାନ୍ତି ସହଯୋଗ କରିଥିଲେ। ଯୁକ୍ତ ଦୁଇର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ବୈଠକରେ ଉପସ୍ଥିତ ଥିଲେ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ