ଆସନ୍ତା ୨୬ ତାରିଖ ସର୍ବ ଭାରତୀୟ ସାଧାରଣ ଧର୍ମଘଟକୁ ସଫଳ ପାଇଁ ପ୍ରସ୍ତୁତି ବୈଠକ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆସନ୍ତା ୨୬ ତାରିଖରେ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ସଫଳ କରିବା ପାଇଁ ଶିକ୍ଷକ, ଶ୍ରମିକ, କର୍ମଚାରୀ ସମନ୍ବୟ ସମିତି ତରଫରୁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ଓ ସ୍ୱାଧୀନ ଫେଡେରେସନ୍ ମାନଙ୍କୁ ନେଇ ଜୀବନବିମା ଅଫିସ୍ ପରିସରରେ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ମୋଦି ସରକାରର ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ଜନ ବିରୋଧୀ ଓ ଦେଶ ବିରୋଧୀ ନୀତି, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି ବନ୍ଦ କରିବା, ଜାତୀୟ ସମ୍ପତ୍ତି ଘରୋଇକରଣ ବନ୍ଦ୍ କରିବା ପ୍ରଭୃତି ଦାବିରେ ଧର୍ମଘଟକୁ ସଫଳ କରିବା ପାଇଁ ବିଭିନ୍ନ ୟୁନିୟନର ନେତୃ ମଣ୍ଡଳୀ ଆହ୍ୱାନ ଦେଇଥିଲେ । ଅଜିତ ଦାସଙ୍କ ସଭାପତିତ୍ବରେ ସମ୍ପାଦକ ଦିଲ୍ଲୀପ କୁମାର ଗିରି, ଶିଶିର ହୁଇ, ଇନ୍ଦୁ ମାଧବ ମହାନ୍ତି, ଇଶାନୀ ଷଡ଼ଙ୍ଗୀ, ଶିତାଂଶୁ ସେନାପତି, ଶିକ୍ଷକ ନେତା ମନୋରଞ୍ଜନ ଦାସ, ଅକ୍ଷୟ ମିଶ୍ର, ଅଜିତ୍ ମାହାନ୍ତି, କୁମୁଦ ରଞ୍ଜନ ଗିରି, ଟ୍ରେଡ୍ ୟୁନିୟନ୍ ନେତା ପ୍ରଫୁଲ୍ଲ ଘୋଷ, ଜିତାଂଶୁ ନନ୍ଦୀ, କମଳ ଚକ୍ରବର୍ତ୍ତୀ, ମମୀ ପଣ୍ଡା,ସବିତା ଭୂୟାଁ, ପଲ୍ଟୁ ଦାସ, ମନୋରଞ୍ଜନ ଦାସ, ଭାଗବତ ପରିଡ଼ା, କପିଳେଶ୍ୱର ମାହାନ୍ତି, ଭାସ୍କର ମିଶ୍ର, ଦୁର୍ଗା ମାଧବ ମହାନ୍ତି, ସେକ୍ ସିତାରୁଦ୍ଦିନ୍, ସେକ୍ ଜମିରଉଦିନ୍, ସେକ୍ ନଜିମୁଦ୍ଦିନ୍, ଜୀବନ ପରିଡ଼ା, ଜତିନ୍ ଜେନା, ଗଣେଶ ଭୂୟାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ଦିପ୍ତିମାନ ଆଚାର୍ଯ୍ୟ ଧନ୍ୟବାଦ୍ ଦେଇଥିଲେ। ସଭା ପରେ ଏକ ବାଇକ୍ ରାଲି ସହର ପରିକ୍ରମା କରିଥିଲା ।