ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ଆନନ୍ଦାୟନ କନ୍ୟାଶ୍ରମରେ ସହାୟତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଡ. ଅଚ୍ୟୁତ ସାମନ୍ତଙ୍କ ସୃଜନୀ ଆର୍ଟ ଅଫ ଗିଭିଙ୍ଗ ପକ୍ଷରୁ ଜଳେଶ୍ୱର ଶାଖାର ଅନ୍ୟତମ ସହଯୋଗୀ ପରିଚାଳକ ସୁଶାନ୍ତ ନାୟକଙ୍କ ଉପସ୍ଥିତିରେ ଜଳେଶ୍ୱର କନ୍ୟାଶ୍ରମର ଅନ୍ତେବାସୀଙ୍କୁ ପାଠପଡା ସାମଗ୍ରୀ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଠାରେ ରହୁଥିବା ୨୭ଜଣ ଅନ୍ତେବାସୀଙ୍କୁ ନେଇ କାଞ୍ଚନବାଳା ପରିଡା ଓ ଆଶ୍ରମର ପରିଚାଳକ ରାମଚନ୍ଦ୍ର ସିଂ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଗତ କିଛିବର୍ଷ ଧରି ସରକାରଙ୍କ ବିନା ସହାୟତାରେ ଏହି କନ୍ୟାଶ୍ରମ କାର୍ଯ୍ୟ କରୁଥିବା ବେଳେ କାଞ୍ଚବାଳାଙ୍କ ସହାୟତା ଆଶ୍ରମବାସୀଙ୍କ ଏକମାତ୍ର ସହାୟତା ବୋଲି କୁହାଯାଇଛି । ଆଜି ସୁଶାନ୍ତ ନାୟକ ଏପରି ସହାୟତା ଦେବା ସହିତ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ଓ ଏହି କନ୍ୟାଶ୍ରମକୁ ସହାୟତା ଲାଗି ସହଯୋଗ କରିବେ ବୋଲି ଅନ୍ତେବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା