ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା…

ବରଗଡ଼ (ସମୃଦ୍ଧ ଓଡ଼ିଶା) ଉଦ୍‌ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଆଜିଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର । ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର । ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ । କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ଧନୁଯାତ୍ରାକୁ ଉଦଘାଟନ କରିଥିଲେ । ଆଜି ଦେବକୀ ବସୁଦେବଙ୍କ ବିବାହ, କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ ଏବଂ କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ଆଦି ମଞ୍ଚସ୍ଥ ହେବ ।