ଆରମ୍ଭ ହେଲା ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କ୍ରିନିଂ ପ୍ରକ୍ରିୟା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କ୍ରିନିଂ ଆରମ୍ଭ କରାଯାଇଛି । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାକୁ ଆସନ୍ତା ଜୁଲାଇ ୧୩ ତାରିଖ ଯାଏଁ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି । ପ୍ରଶାସନ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି, ସମସ୍ତ ବ୍ଲକ ମୁଖ୍ୟାଳୟ, ବ୍ରହ୍ମପୁର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ଅଞ୍ଚଳରେ ସାନଖେମୁଣ୍ଡି, ଶେରଗଡ, ପାତ୍ରପୁର, ଧରାକୋଟ, ଏବଂ ଜଗନ୍ନାଥ ପ୍ରସାଦ ବ୍ଲକରେ ୫ ଦିନ ପାଇଁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି । ଏହି ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କ୍ରିନିଂ ୨୦୦ ଡାକ୍ତର ଦଳ ମାଧ୍ୟମରେ କରାଯିବ । ପ୍ରତ୍ୟେକ ଦଳରେ ଜଣେ ଡାକ୍ତର ଏବଂ ଦୁଇ ଅଙ୍ଗନୱାଡି କର୍ମୀ ରହିବେ । ଫ୍ଲୁ ଏବଂ ଇନଫ୍ଲୁଏଜା ଭଳି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ଏହି ଟିମ୍ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ସ୍କ୍ରିନିଂ କରିବେ ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା