ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଟ୍ରକ : ଦୁଇ ରୋଗୀ ଗୁରୁତର…

ରାୟଗଡ଼ା (ସମୃଦ୍ଧ ଓଡିଶା) ଆମ୍ବୁଲାନ୍ସକୁ ଧକ୍କା ଦେଇ ଓଲଟିଲା ଟ୍ରକ । ରାୟଗଡ଼ା ଥାନା ଅନ୍ତର୍ଗତ ଗୁମ୍ମା ଘାଟି ବ୍ରିଜ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଘଟଣା ଅନୁଯାୟୀ ଲାଞ୍ଜିଗଡରୁ କୋରାପୁଟକୁ ସ୍ଥାନାନ୍ତର ହେଉଥିବା ରୋଗୀଙ୍କୁ ଧରି ଏକ ଆମ୍ବୁଲାନ୍ସଟି କୋରାପୁଟ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଶିମିଳିଗୁଡ଼ାରୁ ରାୟଗଡ଼ା ଅଭିମୁଖେ ଆସୁଥିବା ଏକ ଅଦା ବଜେଇ ଟ୍ରକ ଆମ୍ବୁଲାନ୍ସକୁ ପାର୍ଶ୍ୱ ପଟୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ୪ଜଣଙ୍କ ମଧ୍ୟରୁ ୨ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ନିଜଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି । ଆମ୍ବୁଲାନ୍ସକୁ ଧକ୍କା ଦେଇଥିବା ଟ୍ରକଟି ଅଳ୍ପ କିଛି ବାଟ ଅତିକ୍ରମ କରି ରାସ୍ତା ପାର୍ଶ୍ବରେ ଓଲଟି ପଡ଼ିଛି ଥିବା ବେଳେ ଟ୍ରକ ଡ୍ରାଇଭର ଫେରାର ଅଛି । ଅନ୍ୟ ପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।