ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୬ଷ୍ଠ ତମ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଉପାନ୍ତ ଓ ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୬ଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ଉଦ୍‌ଘାଟନ କରି ପ୍ରତ୍ୟେକଙ୍କ ଆଚରଣ ଓ ଉଚାରଣ ଓ ସଂସ୍କାର ପ୍ରତି ସଚେତନ ରହିଲେ ଶିକ୍ଷାର ମୂଳ ଉଦ୍ଦେଶ୍ୟ ସାଧି୍‌ତ ହୋଇ ପାରିବ । ବିଦ୍ୟାଳୟର ସଂପାଦକ ରବିନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଅତିଥି ସିଆର୍‌ସିସି ପଂକଜ କୁମାର ଜେନା ଯୋଗ ଦେଇଥିଲେ । ଅପାରହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ପ୍ରଧାନ ଆଚାର୍ଯ୍ୟା ବାସନ୍ତୀ ପ୍ରଧାନ ସଭାପତିତ୍ୱ କରି ସ୍ୱାଗତ ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥିଭାବେ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀଙ୍କର ପ୍ରଚେଷ୍ଟା ଜାରି ରହିଲେ ସଫଳତା ମିଳିପାରିବ ବୋଲି କହିଥିଲେ । ମୁଖ୍ୟ ବକ୍ତାଭାବେ ରେବତୀର ସଂପାଦିକା ତଥା ସମାଜସେବୀ ସୁବାସିନୀ ଜେନା ସୁସ୍ଥ ମାନସିକତା ଓ ଇଚ୍ଛାଶକ୍ତି ରହିଲେ ବଡ କିମ୍ବା ଭଲ ମଣିଷ ସୃଷ୍ଟି ହେବାରେ ବାଧକ ସୃଷ୍ଟି ହେବନାହିଁ ବୋଲି କହିଥିଲେ । ଉଦାହରଣ ଛଳରେ ୧୯୮୨ ମାର୍ଚ୍ଚ୧୦ ତାରିଖରେ ଆମେରିକାର ଖ୍ରିଷ୍ଟିଆନ୍ ମରିସ ଗୁଡ୍‌ମ୍ୟାନ୍ ଏକ ପ୍ଲେନ ଦୁର୍ଘଟଣାରେ ମୁମୁର୍ଷ ହୋଇଥିବା ବେଳେ ଡିସେମ୍ବର ୨୫ ଯିଶୁଙ୍କ ପ୍ରାର୍ଥନା ସଭାରେ ସୁସ୍ଥ ହୋଇ ଯୋଗ ଦେଇପାରିଥିବା ତାଙ୍କ ଦୃଢ ମାନସିକତାର ଫଳ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ଅବସରପ୍ରାପ୍ତ ଶିକ୍ଷକ ଗୌରାଙ୍ଗ ପାତ୍ର, ବରିଷ୍ଠ ସାମ୍ବାଦିକ ଅବନୀ କୁମାର ଚନ୍ଦ, ସିଆର୍‌ସିସି ମାଖନଲାଲ ବେରା, ବିଦ୍ୟାଳୟର ଉପଦେଷ୍ଟା ସୁକୁମାର ରଣା, ସମାଜସେବୀ ସପନ କୁମାର ଜେନା ସାମ୍ପ୍ରତିକ ସମାଜରେ ଚାଲିଥିବା ଶିକ୍ଷାୟତନ ଶିକ୍ଷା ରେ ବେସରକାରୀ ସ୍କୁଲ ଗୁଡିକର ସଫଳତା, ସରକାରୀ ବିଦ୍ୟାଳୟ ପ୍ରତି ଏକ ଆହ୍ୱାନ ବୋଲି କହିଥିଲେ । ଆଚାର୍ଯ୍ୟ ଶାନ୍ତନୁ ଦେଙ୍କ ମଞ୍ଚ ଆହ୍ୱାନ, ମଞ୍ଚ ପରିଚାଳନା, ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁରାଧା ପ୍ରଧାନ ବିବରଣୀ ପାଠ କରିଥିଲେ । ଶେଷରେ ସଂପାଦକ ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଅଜୟ କୁମାର ଚାନ୍ଦ, ଅଭିଜିତ୍ ଜେନା, ବିଦ୍ୟାବିନୋଦ ଭଞ୍ଜ, ରୀତାରାଣୀ ସେନାପତି, ରଞ୍ଜିତ ମହାନ୍ତି, ମମତା ସ୍ୱାଇଁ, ବିଦ୍ୟୁତ୍ ପ୍ରଭା ଦାସ, ସୁକାନ୍ତି ନନ୍ଦୀ, ରିତା ଜେନା ପ୍ରମୁଖ ପରିଚାଳନା କରିଥିଲେ । ଅପରାହ୍ନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବା ସହିତ ଖୁଦ୍ରନାଟକ ପରିବେଷଣ ଦର୍ଶକଙ୍କୁ ବିମୁହିତ କରିଥିଲା । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲ । ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଯତିନ୍ଦ୍ର ନାଥ ଦେଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା