ଆପାର୍ଟମେଣ୍ଟ ଛାତରୁ ପଡି ଯୁବ ଇଂଜିନିୟର ମୃତ : ହତ୍ୟା ନା ଆତ୍ମହତ୍ୟା ପୋଲିସ କରୁଛି ତଦନ୍ତ…

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଖାରବେଳ ନଗର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଅଷ୍ଟମ ମହଲାରୁ ଖସି ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ହେଉଛନ୍ତି ପୀୟୂଷ ମୋହନ ମିଶ୍ର । ସେ ପେସାରେ ଜଣେ ଇଂଜିନିୟର । ଲକଡାଉନ ଯୋଗୁଁ ସେ ଶ୍ୱଶୁର ଘରକୁ ଆସି ରହିଥିଲେ ବୋଲି ଜଣାପଡିଛି। ଆପାର୍ଟମେଣ୍ଟ ଛାତରୁ ପଡି ଯୁବ ଇଂଜିନିୟର ମୃତକୁ ନେଇ ସନ୍ଦେହ ଜାଗ୍ରତ ହୋଇଛି । ଯୁବ ଇଞ୍ଜିନିୟର ଜଣକ ପ୍ରକୃତରେ ଅଷ୍ଟମ ମହଲରୁ ଖସି ପଡିଗଲେ ନା ସେ କୌଣସି କାରଣରୁ ଆତ୍ମହତ୍ୟା କରିଛନ୍ତି ନା ଛାତରୁ କେହି ଠେଲି ଦେଇ ହତ୍ୟା କରିଛି ।ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରୁଛି । ଖାରବେଳ ନଗର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଥିଲା । ତେବେ ପ୍ରକୃତ କାରଣ ଜଣାପଡିନାହିଁ ।

ରିପୋର୍ଟ : ଆକାଶ ମିଶ୍ର