ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଶଳା ଅଭିନେତା ହରିକ୍ରିଷ୍ଣାଙ୍କ ମୃତ୍ୟୁ କେମିତି ହେଲା ?

ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ।

ହାଇଦରାବଦ୍ : ଆନ୍ଧ୍ର ର ପ୍ରଖ୍ୟାତ ଅଭିନେତା ଏନ ଟି ରାମାରାଓଙ୍କ ପୁତ୍ର ତଥା ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶାଳକ ହରିକ୍ରିଷ୍ଣା ଆଜି ଭୋରରେ ଗାଡି ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି । 62 ବର୍ଷୀୟ ପାର୍ଲିଆମେଣ୍ଟରିଆନ ତଥା ଅଭିନେତା ନାନ୍ଦମୁରି ହରିକ୍ରିଷ୍ଣା ଆଜିସକାଳେ 6.30 ନିଜ ଗାଡି ନିଜେ ଚଳାଇ ନେଲୁରୁରୁ ହାଇଦରାବଦ୍ ଆସୁଥିବାବେଳେ ନାଳଗଣ୍ଡ ରେ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଗାଡି ଅତିଦୃତଗାତିରେ ପାଖାପାଖି 150କିଲୋମିଟର ବେଗରେ ସେ ନିଜେ ଗାଡି ଡ୍ରାଇଭିଂ କରୁଥିଲେ ବୋଲି କୁହାଯାଉଛି ।ସେ ବର୍ତମାନର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ଶଳା ହୋଇଥିବାବେଳେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଅଭିନେତା ଏନ୍ ଟି ରାମରାଓଙ୍କ ସେ ହଉଛନ୍ତି ସୁଯୋଗ୍ୟ ପୁତ୍ର ।ତାନ୍କମୃତ୍ୟୁ ଖବର ପାଇବାକ୍ଷଣି ରାଜ୍ୟରେ ଶୋକର ଛାୟା ଖେଳିଯାଇଛି ।