ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ…

ଭଞ୍ଜନଗର/ଜଗନ୍ନାଥପ୍ରସାଦ (ସମୃଦ୍ଧ ଓଡିଶା) ଉତ୍ତର ଘୁମୁସର ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକର ସମରବନ୍ଧ ବନ ସୁରକ୍ଷା ସମିତିର ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ୨, ଆଇସିଡିଏସ(ICDS) ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର ମିଳିତ ସହଯୋଗରେ ଏକ ଆନ୍ତର୍ଜାତୀୟ ବାଳିକା ସମରବନ୍ଧ ଅଙ୍ଗନବାଡ଼ି କେନ୍ଦ୍ରରେ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ପବିତ୍ର ମଲ୍ଲିକ, ଆଇସିଡିଏସ(ICDS) ସୁପ୍ରଭାଇଜର ଶ୍ରୀମତୀ ଭାଗ୍ୟଲତା ବେହେରା, ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ମାଗି ନାୟକ, ସ୍ୱାତୀର ଟିମ ଲିଡ଼ର ସିପୁରଞ୍ଜନ ସା, ବିକାଶ ଅଧିକାରିଣୀ ଶ୍ରୀମତୀ କାଜଲ ପଟ୍ଟନାୟକ, ବନସହାୟକ ବିପିନ ନାୟକ, ବନସହାୟିକା ରିତା ନାୟକ ଏବଂ ଗ୍ରାମର ସମସ୍ତ କିଶୋରୀ ବାଳିକା ଓ ଛୋଟ ଛୋଟ ବାଳିକା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବାଳିକା ମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବାଲ୍ୟ ବିବାହ ବିଷୟରେ ସଚେତନ କରାଯାଇଥିଲା, ସେମାନଙ୍କ ମନବଳ ଦୃଡ଼ କରିବା ପାଇଁ ପ୍ରତିଯୋଗିତା କରାଯାଇଥିଲା ଏବଂ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା । ବାଳିକାମାନେ ମଧ୍ୟ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଏପରି ଏକ ସୁନ୍ଦର କାର୍ଯ୍ୟକ୍ରମ ହୋଇଥିବା ଯୋଗୁଁ ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ଅଭୟ କୁମାର ଦଳେଇ ଓ ଜଗନ୍ନାଥ ପ୍ରସାଦ ରେଂଜେର ଉମାକାନ୍ତ ଦାସ ପ୍ରଶଂସା କରି କରିଥିଲେ ।