ଆଦିବାସୀ ଯୁବକ ଦୁଃଖ ଜଣାଇବା ଲାଗି ଉପାନ୍ତରୁ ନବୀନ ନିବାସ ଯାଏ କଲେ ପଦଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେତେକ ଦାବି ନେଇ ଜଳେଶ୍ୱର ବ୍ଳକର ଜଣେ ଆଦିବାସୀ ଯୁବକ ଜଳେଶ୍ୱରରୁ ଭୁବନେଶ୍ୱର ନବୀନ ନିବାସ ଯାଏ ପଦଯାତ୍ରା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାର ଦାବି ସଂପର୍କରେ ହୃଦ୍‌ବୋଧ ହେବେ ବୋଲି ଆଜି ଦୃଢକ୍ତି ପ୍ରକାଶ ସହିତ ଏହା ଦ୍ୱାରା ରାଜ୍ୟର ବହୁ ଉପକାର ସାଧିତ ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ବିରେଶପୁର ଗାଁର ପୂର୍ଣ୍ଣଚନ୍ଦ୍ର ସିଂ ଆଜିର ଦିବସକୁ ‘ଚକ୍ଷୁ ଦିବସ’ ଭାବେ ପାଳନ ଓ ସାଚେତନ କରାଇବାକୁ ଦାବି କରିଛନ୍ତି । ସମଗ୍ର ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଏବଂ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ମଧ୍ୟହ୍ନ ଭୋଜନ ଓ ପୁଣ୍ଟିକର ଖାଦ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏଥିରେ ସ୍ନେହ ସାର, ଧାତୁ ସାର ଖାଦ୍ୟଲାଗି ଶାଗ ଏକ ଅତି ଦରକାରୀ ତରକାରୀ ହୋଇଥିବା ବେଳେ ଏଥିପ୍ରତି ସରକାର ଧ୍ୟାନ ଦେବାକୁ ଅନ୍ୟଏକ ଦାବିରେ ସୂଚନା ଦେଇଛନ୍ତି । ସମଗ୍ର ଦେଶରେ ୩୫ ନିୟୁତ ଲୋକ ଆଖିରୋଗରେ ପିଡିତ ଓ ୧୨ବର୍ଷରୁ କମ୍ ୬୦ପ୍ରତିଶତ ଛାତ୍ରଛାତ୍ରୀ ଆଖିରୋଗରେ ପିଡିତ । ତେଣୁ ଚକ୍ଷୁର ଯତ୍ନ ପ୍ରତି ସରକାର ଗୁରୁତ୍ୱ ଦେବା ଉଚିତ୍ ବୋଲି ଦାବି ଉପସ୍ଥାପନ କରିଛନ୍ତି । ଓଡିଆ ଶବ୍ଦର ତ୍ରୁଟିଗତ ବନାନର ଶୁଦ୍ଧତା ଆଣିବା ଏବଂ ଓଡିଆ ଶବ୍ଦକୁ ଇଂରାଜୀରେ ଲେଖା ହେବା ବେଳେ ଶୁଦ୍ଧଭାବେ ଲେଖାଯିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି । ଆଦିବାସୀ ଆଂଚଳିକ ଭାଷା ପ୍ରତି ଗୁରୁତ୍ୱ ଦିଆଯିବା ଓ ଆଦିବାସୀ ଶିକ୍ଷକ ନିଯୁକ୍ତ ହେବା, ଆବାସ ଯୋଜନାରେ ୫ଲକ୍ଷ ଟଙ୍କାର ଗୃହ ନିର୍ମାଣ ସାମଗ୍ରୀ ଯୋଗାଇବା, ମାଦକ ଦ୍ରବ୍ୟକୁ ବେଆଇନ୍ କରିବା ଦାବି ନେଇ ଉପାନ୍ତ ଗ୍ରାମ ଲକ୍ଷ୍ମଣନାଥସ୍ଥିତ ଶାମା ଠାକୁରାଣୀ ମନ୍ଦିରରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଆଦିବାସୀଙ୍କ ପାରମ୍ପରିକ ଠାକୁର ମାଟିରେ ତିଆରି ଗଜ ଓ ଘୋଡା କୁ ମୁଣ୍ଡରେ ବହନ କରି ଯାତ୍ରା ଆରମ୍ଭ କରିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା