ଆଦର୍ଶ ଆଚରଣ ବିଧି ଉଲଘଂନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାଧାରଣ ନିର୍ବାଚନ ପରୀପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ପ୍ରଶାସନ ତରଫରୁ ଆଦର୍ଶ ଆଚରଣ ବିଧିକୁ ଜୋରଦାର ଲାଗୁ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ପର୍ଯ୍ୟନ୍ତ ବିଭିନ୍ନ ସର୍ବସାଧାରଣ କାନ୍ଥରେ ୧୦୮୭ ପ୍ରାଚିର ଲିଖନ, ୧୬୨୩୪ ପୋଷ୍ଟର, ୮୧୮୦ଟି ବ୍ୟାନର ଏବଂ ୫୦୫୦ ଗୋଟି ଅନ୍ୟାନ୍ୟ ପ୍ରଚାର ବସ୍ତୁକୁ ଆଜି ସୁଦ୍ଧା ହଟାଇ ଦିଆଯାଇଛି । ବ୍ୟକ୍ତିଗତ ସ୍ଥାନମାନଙ୍କରେ ୫୨୯ଟି ପ୍ରାଚୀନ ଲିଖନ, ୯୩୭ଟି ପୋଷ୍ଟର, ୫୪୨ଟି ବ୍ୟାନର ଓ ୩୦ଟି ଅନ୍ୟାନ୍ୟ ପ୍ରଚାର ପତ୍ରକୁ ହଟାଯାଇଛି । ଏଭଳି ଭାବରେ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ ସ୍ଥାନରେ ୩୦୨୫୪ଟି ପ୍ରଚାର ଧର୍ମୀ ସାମଗ୍ରୀ ଓ ବ୍ୟକ୍ତିଗତ ସ୍ଥାନରେ ୨୦୧୪ଟି ପ୍ରଚାର ଧର୍ମୀ ସାମଗ୍ରୀକୁ ହଟାଯାଇଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା