ଆଡ଼ପମଣ୍ଡପକୁ କାରରେ ଗଲେ ତିନି ଠାକୁର !…

ବାଲେଶ୍ଵର (ସମୃଦ୍ଧ ଓଡିଶା) ମହାପ୍ରଭୂ ତିନି ଠାକୁର ତଥା ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା କାରରେ ଗଲେ ଗୁଣ୍ଡିଚା ଘର ଆଡ଼ପମଣ୍ଡପକୁ । ଏଭଳି ଘଟଣାଟି ଘଟିଛି ବାଲେଶ୍ୱର ସହର ପୋଲିସ ଲାଇନ ଛକ ସ୍ଥିତ ଜଗନ୍ନାଥ ମନ୍ଦିରରେ । ଏହା ସୋସିଆଲ ମିଡିଆରେ ବି ଭାଇରଲ ହୋଇଥିବା ଜଣାପଡିଛି । ମନ୍ଦିରରେ ରଥଯାତ୍ରାର ରୀତିନୀତି ଅନୁଷ୍ଠିତ ସାଂଗକୁ କାରରେ ନେଇଥିଲେ ଚତୁର୍ଦ୍ଧା ଦିଅଁଙ୍କୁ ନାନା ଘଣ୍ଟ ଧ୍ଵନି ବଜାଇ ଆଡ଼ପଘରକୁ, ଏ ବିଷୟ ଜାଣିବା ପରେ ଅନେକ ଜଗନ୍ନାଥ ପ୍ରେମୀଙ୍କୁ ଯେତିକି ଚକତି ସେତିକି ବିସ୍ମୟ ସୃଷ୍ଟି କରିଛି । ସୂଚନା ଯୋଗ୍ୟ ଯେ, ଏହି ବର୍ଷ କୋଭିଡ ଯୋଗୁଁ ରଥଯାତ୍ରା କରିବାକୁ ଅନୁମତି ନ ଥିବାରୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କୁ ଏକ କାର ଯୋଗେ ଷ୍ଟେସନ ଛକ ସ୍ଥିତ ମାଉସୀ ମା ମନ୍ଦିର ଅଥବା ଆଡ଼ପଘରକୁ ଶ୍ରୀଜୀଉଙ୍କୁ ନେଇଥିଲେ ସେଠାକାର ଶ୍ରଦ୍ଧାଳୁମାନେ । ଏହି ମନ୍ଦିର କମିଟି ଓ ସ୍ଥାନୀୟ ବାସିନ୍ଦାଙ୍କ ଏଭଳି ନିଷ୍ପତ୍ତିକୁ ଭକ୍ତିବାଦ ପ୍ରଥାର ମହତ୍ତ୍ୱ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରେମୀଗଣଙ୍କୁ ଅନେକ ଵିସ୍ମିତ କରିଥିବା ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା