ଆଜି ଆପଣଙ୍କ ଭାଗ୍ୟଫଳ

ମେଷ: ପାରିବାରିକ ମନୋମାଳିନ୍ୟ କାରଣରୁ ସାମାନ୍ୟ ଚିନ୍ତିତ ରହିବେ । ଅର୍ଥଲାଭର ସୁଯୋଗ ଅଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟରେ ପୂର୍ବାପେକ୍ଷା ଆୟ ବୃଦ୍ଧି ଘଟିବ । ଛାତ୍ରଛାତ୍ରୀ ପଢାପଢିରେ ଆଶାନୁରୂପ ସଫଳତା ହାସଲ କରିବେ । ନୂତନ ନିଯୁକ୍ତି ବା ପଦୋନ୍ନତି ପାଇବାର ସମ୍ଭାବନା ରହିଛି ।

ବୃଷ: ଆକସ୍ମିକ ଧନ ଲାଭର ଯୋଗ ରହିଛି। ଦେହ ମନ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ଗୃହିଣୀମାନେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବ।  

ମିଥୁନ: ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ଅପେକ୍ଷା କରିଥିବା ଶୁଭ ଖବର ଶୁଣି ଖୁସି ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ, ଆର୍ଥିକ ଅଭିବୃଦ୍ଧି ଘଟିବ, ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଛାତ୍ରଛାତ୍ରୀ ପଢାପଢିରେ ମନୋନିବେଶ କରିବେ । ନୂତନ ନିଯୁକ୍ତି ପାଇବାର ସମ୍ଭାବନା ରହିଛି ।

କର୍କଟ: ପାରିବାରିକ ଓ ଗୃହସ୍ଥ ଜୀବନ ସୁଖମୟ ହେବ । ବିଭିନ୍ନ ଦିଗରୁ ଆୟ ବୃଦ୍ଧି ଘଟିବ। ଜଗି ରଖି ଚଳନ୍ତୁ, ଋତୁକାଳୀନ ଥଣ୍ଡା ସର୍ଦ୍ଦି ଜନିତ ସାମାନ୍ୟ ଜ୍ୱର ପୀଡାର ଆଶଙ୍କା ଏଡାଇ ଦିଆଯାଇନପାରେ । ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ । ଅର୍ଥଲାଭ ହେବ ।

ସିଂହ: ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ ଓ ପ୍ରେରଣା ପାଇ ଉଚିତ ପନ୍ଥା ଗ୍ରହଣ କରିବେ । ଇନ୍ଦ୍ରିୟପରାୟଣତା ଉପରେ ଅଧିକ ଗୁରୁତ୍ୱ ଦେବେ ।

କନ୍ୟା: ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରି ପଛରେ ନିନ୍ଦା କରିପାରନ୍ତି । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ ।

ତୁଳା: ପୁରାତନ ରୋଗ ପ୍ରକୋପର ଉପଶମ ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହେବା ଫଳରେ ବଡ କାମ କରିବାକୁ ଇଚ୍ଛା ଜାଗ୍ରତ ହେବ। ଅଧ୍ୟୟନ, ଅଧ୍ୟାପନା ଓ ଅନୁସନ୍ଧାନ ପରି କାର୍ଯ୍ୟରେ ସଫଳତା ଅର୍ଜନ କରି ଆନନ୍ଦିତ ହେବେ।

ବିଛା: କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ।

ଧନୁ: କୌଣସି ବ୍ୟକ୍ତି ପରୋକ୍ଷରେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ସମ୍ମାନ ପ୍ରାପ୍ତିର ଯୋଗ ରହିଛି।  ଅସାବଧାନତା କାରଣରୁ କୌଣସି ଜିନିଷ ହଜି ଯାଇପାରେ।

ମକର: ଆକସ୍ମିକ ଭାବେ ଧନ ଲାଭର ଯୋଗ ରହିଛି ।  କର୍ମକ୍ଷେତ୍ରର ସହକର୍ମୀଙ୍କ ସହଯୋଗରେ ସମସ୍ତ ଦିଗରେ ବିଜୟୀ ହେବେ । ମହିଳାମାନେ ଜଗିରଖି ଚଳନ୍ତୁ। ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ହେବାରୁ ମନ ଭାରାକ୍ରାନ୍ତ ରହିପାରେ । ବ୍ୟବସାୟରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ।

କୁମ୍ଭ: ଶାରୀରିକ ମାନସିକ ଅଭିବୃଦ୍ଧି ଘଟିବ । ନିଜର ଲୋକ ବିରୁଦ୍ଧାଚରଣ କରିବେ, ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ କାରଣରୁ ଚିନ୍ତିତ ରହିବେ । ଉପସ୍ଥିତ ବୁଦ୍ଧି ଓ ଉପରିସ୍ଥ ଅଧିକାରୀଙ୍କ ସହଯୋଗ କାରଣରୁ କାର୍ଯ୍ୟ ହାସଲ କରିବେ।

ମୀନ: ଆକସ୍ମିକ ଭାବରେ ବକେୟା ଦରମା ହସ୍ତଗତ ହେବ । ପାରିବାରିକ ଭୁଲ ବୁଝାମଣା କାରଣରୁ ଚିନ୍ତିତ ରହିବେ । ଗୁପ୍ତଶତ୍ରୁ ଭୟ ମନରେ ଆଶା ଆଶଙ୍କା ସୃଷ୍ଟି କରାଇବ। କାର୍ଯ୍ୟରେ ବିଳମ୍ବ ହେବ । ଅପରାହ୍ନରେ ବ୍ୟବସାୟ ବାଣିଜ୍ୟ ପାଇଁ ଅନୁକୂଳ ରହିବ । ଆୟ ବୃଦ୍ଧି ଘଟିବ ।