ଆଜିଠାରୁ ‘ନୋ ବ୍ୟାଗ୍ ଡେ’ ଆରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠାରୁ ‘ନୋ ବ୍ୟାଗ୍ ଡେ’ କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଯାଇଛି । ନୋ ବ୍ୟାଗ୍ ଡେ ଅର୍ଥାତ୍ ବିନା ବ୍ୟାଗରେ ଗୋଟିଏ ଦିନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯିବେ । ଯାହାକି ପ୍ରତ୍ୟେକ ଶନିବାର ଦିନ ନୋ ବ୍ୟାଗ ଡ଼େ ଭାବରେ ପାଳନ କରାଯିବ ବୋଲି ଘୋଷଣା କରାଯାଇଛି । ଯାହା ଫଳରେ ସପ୍ତାହର ଗୋଟିଏ ଦିନ ଛାତ୍ରଛାତ୍ରୀମାନଙ୍କୁ ବ୍ୟାଗ୍ ବୋହିବାକୁ ପଡିବ ନାହିଁ । ଶନିବାର ଦିନ ପାଠପଢା ବ୍ୟତିତ ଯୋଗ ଶିକ୍ଷା, ସଫେଇ, ପ୍ଲାଷ୍ଟିକ ବ୍ୟବହାର ନିଷେଧ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ । ଏନେଇ ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବିଭିନ୍ନ ସ୍କୁଲ ପରିଦର୍ଶନ କରି ଏହି କାର୍ଯ୍ୟକ୍ରମ କିପରି ହେଉଛି ତାହାର ତଦାରଖ କରିଛନ୍ତି । ଜିଲ୍ଲାରେ ପ୍ରାୟ ୬୦୦ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମ ପ୍ରଥମରୁ ୫ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ କରାଯାଉଛି । ଅଗାମୀ ଦିନରେ ସବୁ ଶ୍ରେଣୀରେ ଏହି କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା