ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରା.ପ.ରେ ଗତକାଲି ପୂର୍ବାହ୍ନରେ ଅନ୍‌ଲାଇନ୍ ଆଧାର ସଂଶୋଧନ ଓ ଆଇସିଆଇସିଆଇର ଶାଖା, ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହୋଇ ଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ସିଏସ୍‌ିର ଜିଲା ପରିଚାଳକ ଅରୂପ କୁମାର ମହାପାତ୍ର ମୂଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି କେନ୍ଦ୍ରରେ ଆଧାର ସଂଶୋଧନ, ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟ ସହଜରେ ହୋଇ ପାରିବ ବୋଲି କହିଥିଲେ । କୋର୍ଟ ସାହି ଗ୍ରା.ପ.ର ଅଧିବାସୀ ଆଉ ସବୁସମୟରେ ସୁଦୂର ଜଳେ ଶ୍ୱରକୁ ଯିବାକୁ ପଡିବ ନାହିଁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋବରଘଟା ସିଏସି୍‌ର ପରିଚାଳକ ଯୋଗ ଦେଇଥିବା ବେଳେ କୋଟସାହି ସିଏସି ର ପରିଚାଳକ ସୁଶାନ୍ତ କୁମାର ପରିଡା ଏହି ଜନସେବା କେନ୍ଦ୍ର ଆଗାମୀ ଦିନରେ ଲୋକଙ୍କ ସେବାରେ ଉପଯୋଗ ହେବ ବୋଲି କହିଥିଲେ ।