ଆଇଆରଇଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର…

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତୀୟ ବିରଳ ମୃତ୍ତିକା ଆଇଆରଇଏଲ ଓସକମ ତରଫରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ଵ ଆନୁକୁଲ୍ୟରେ ବୁଧବାର ଦିନ ପୋଡାପଦର ପଞ୍ଚାୟତର କୁମାରବେଗ ପଲ୍ଲୀ ଗ୍ରାମର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପଞ୍ଚାୟତବାସୀ ସକାଶେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ସ୍ୱାସ୍ଥ୍ୟ ଶିବିରରେ ସରକାରଙ୍କ ଦ୍ଵାରା ଜାରୀ କୋବିଡ-୧୯ ନିୟମ ମୁତାବକ ପରିସରକୁ ବିଶୋଧନ କରାଯାଇଥିଲା l ଏଥିରେ ୩୧୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ଔଷଧ ପ୍ରଦାନ କରିବା ସହ ମାସ୍କ ଏବଂ ସାନିଟାଇଜ ସାମଗ୍ରୀ ପ୍ରଦାନ କରାଯାଇଥିଲା l ପୃଷ୍ଟି ସାଧନ ନିମନ୍ତେ ପ୍ରତ୍ୟେକଙ୍କୁ ଏକ କିଲୋ ଏପଲ ସହ କ୍ଷୀର ପକେଟ ବଣ୍ଟନ କରାଯାଇଥିଲା ଏହି ଶିବିରରେ ଡାକ୍ତର ଅର୍ଦ୍ଧେନ୍ଦୁ ପାଲ, ଡାକ୍ତର ପ୍ରମିଳା ମିଶ୍ରଙ୍କ, ଫର୍ମାସିଷ୍ଟ ଆର.କେ.ପାତ୍ର, ଟି.ଏଚ.ଆଚାର୍ଯ୍ୟ, କେ.ସି.ପ୍ରଧାନ ଓ ଠିକା ଷ୍ଟାଫ ନର୍ସ ଶ୍ରୀମତୀ ଗୀତାଞ୍ଜଳି ପହି, ସସ୍ମିତା ନାୟକ ପ୍ରମୁଖ ସହଯୋଗ କରିଥିଲେ । ସମ୍ବଳ ବିଭାଗ, କମାଣ୍ଡର ଆଶିଷ କୁଳଶ୍ରେଷ୍ଠ ଶ୍ୟାମ ସୁନ୍ଦର ମଲ୍ଲିକ ଏବଂ ପ୍ରଭାତ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଏବଂ ବ୍ଲକ ଅଧ୍ୟକ୍ଷ ଏନ. ଧନଞ୍ଜୟ ରେଡ୍ଡୀ ପ୍ରମୁଖ ପରିଦର୍ଶନରେ ଆସିଥିଲେ । ସମ୍ବଳ ବିଭାଗ ତରଫରୁ ଦୀପକ ମିଶ୍ର, ମନୋଜ ନାୟକ, ସୁରେଶ ଚନ୍ଦ୍ର ପାତ୍ର, ସୃଜନ ପଣ୍ଡା, ଅଜୟ କୁମାର ବେହେରା ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନାରେ ସହଯୋଗ କରିଥିଲେ ।