ଅସହାୟ ବ୍ୟକ୍ତିଙ୍କୁ ସାହା ହେଲେ ବ୍ରହ୍ମପୁର ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ରାସ୍ତା କଡର ଗରିବ ଭିକାରୀ ତଥା ଏକ ବଡ଼ ଧରଣର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଡାକି ମେଡିକାଲ ନେବାର ବ୍ୟବସ୍ଥା କରିଥିବା ଜଣାପଡିଛି । ଗତକାଲି ଡୁଡୁମା କଲୋନୀ ନିକଟରେ ଜଣେ ଗରିବ ଅସହାୟ ବ୍ୟକ୍ତି ରାସ୍ତା କଡରେ ରହି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ବିଧାୟକ ବିକ୍ରମ କୁମାର ପଣ୍ଡା ପାଇଥିଲେ । ଏହାପରେ ତୁରନ୍ତ ସେ ବିଳମ୍ବ ନ କରି ତୁରନ୍ତ ସେ ସ୍ଥାନକୁ ଆମ୍ବୁଲାନ୍ସକୁ ଡାକି ଏମକେସିଜି ହସ୍ପିଟାଲକୁ ପଠାଇବା ବ୍ୟବସ୍ଥା କରିଥିଲେ । ପରେ ତାଙ୍କ କାର୍ଯ୍ୟାଳୟର ଗିରିଜାଙ୍କୁ ମେଡିକାଲ ଯାଇ ଘଟଣା ବିଷୟରେ ବୁଝିବା ସହ ଆବଶ୍ୟକୀୟ ସୁବିଧା କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ରୋଗୀର ଚିକିତ୍ସା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସେ ମେଡ଼ିକଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।