ଅହେତୁକ ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ଭଳି ଏକ ମହାବିପତ୍ତି ଓ ମାନ୍ଦାବସ୍ଥା ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ସବୁ ବର୍ଗର ଲୋକଙ୍କୁ ପ୍ରଭାବିତ କରିଛି । ଅତ୍ୟାବଶ୍ୟକ ଜିନିଷର ମୂଲ୍ୟବୃଦ୍ଧି ଯୋଗୁଁ ଜୀବନଯାତ୍ରା ଦୁର୍ବିସହ ହୋଇ ପଡିଛି । ଡିଜେଲ ମୂଲ୍ୟବୃଦ୍ଧି ପରିବହନ କ୍ଷେତ୍ରରେ ସିଧାସଳଖ ପ୍ରଭାବ ପରିଲକ୍ଷିତ ହେଉଛି । ଦେଶର ବହୁ ରାଜ୍ୟରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କାରୁ ଉର୍ଦ୍ଧ୍ୱରେ ବିକ୍ରି ହେଉଛି । କେନ୍ଦ୍ର ସରକାରଙ୍କ ଭୁଲ ନିତୀ ଯୋଗୁଁ ଏପରି ମୂଲ୍ୟବୃଦ୍ଧି ଘଟୁଥିବାରୁ ଡିଜେଲ ଓ ପେଟ୍ରୋଲକୁ ଜିଏସ୍‌ଟି ଭୁକ୍ତ କରାଯିବାକୁ କଂଗ୍ରେସପକ୍ଷରୁ ଦାବୀ କରାଯାଇଛି । ଆଜି ଶୁକ୍ରବାର ରାଜ୍ୟ କଂଗ୍ରେସର ଆହ୍ୱାନ କ୍ରମେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ କଂଗ୍ରେସ ପକ୍ଷରୁ ବିଭିନ୍ନ ଫିଲିଂ ଷ୍ଟେସନ ସମ୍ମୁଖରେ ସକାଳ ୭ଟାରୁ ୧୧ ଟା ମଧ୍ୟରେ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର, ସୁଗୋ, ଆମ୍ବଳିଅଠା, ରାଇବଣିଆ, ହାତୀଗଡ, ବର୍ତ୍ତନା, ବରଡିହା ପ୍ରଭୃତିଠାରେ ଥିବା ବିଭିନ୍ନ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏଥିରେ ଜଗଦୀଶ ନନ୍ଦୀ, ସରପଂଚ ପଦ୍ମଲୋଚନ ବେହେରା, ହେମନ୍ତ ଗିରି, ଗିରିଜା ଶଂକର ଦାସ, ଚିତ୍ତରଂଜନ ପରିଡା, ସୁଶାନ୍ତ ଦେ, ରାଧାରଣୀ ପାତ୍ର, ଗୋପାଳକୃଷ୍ଣ ଜେନା, ସର୍ବେଶ୍ୱର ଦାସ, ସରପଂଚ ସୁଶାନ୍ତ ପ୍ରଧାନ, ରାଜକିଶୋର ଘୋଷ, ବିଜୟ ଦାସ, ଦୀନକୃଷ୍ଣ ପ୍ରଧାନ, ଏସ୍‌କେ ମଡିଆ, କଳାଇ ହୁଇ, ରତିକାନ୍ତ ସିଟ, ମୃଗାଙ୍କ ବସୁ, ପରମେଶ୍ୱର ପ୍ରମାଣିକ, ନବୀନ ପରିଡା, ଗୌରାଙ୍ଗ ମହାପାତ୍ର, ନିଖିଳ ସେନାପତି, ପ୍ରାଣବଂଧୁ ଦାସ, ଦୁର୍ଗାଶଂକର ମହାନ୍ତି, ତପନ ମଲ୍ଲିକ, ହରିଶ୍ଚନ୍ଦ୍ର ଦାସ, ସୁରେଶ ମହାନ୍ତି, ଶ୍ରୀକାନ୍ତ ସିଂ, ଦୀପକ ପାତ୍ର, ଆଶୋତୋଷ କାସ୍ତ, ଦାବା ନନ୍ଦୀ ପ୍ରମୁଖ ଧାରଣ ଦେଇଥିଲେ । ରାଜ୍ୟ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ଓ ବାଲେଶ୍ୱରର ନେତା ନବଜ୍ୟୋତି ପଟ୍ଟନାୟକ ସମସ୍ତ ବିକ୍ଷୋଭକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।