ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଜଳେଶ୍ଵର ଥାନାରେ ଜିମା ଦେଲେ ସ୍ଵେଚ୍ଛାସେବୀ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ଦିବା ୧୨ ଟା ୩୦ ମିନିଟ ସମୟରେ ଜଣେ ଅସହାୟ ବୃଦ୍ଧା ଜଳେଶ୍ଵର ଷ୍ଟେସନ ବଜାର ଅଞ୍ଚଳରେ ବସିଥିବା ଖବର କେତେଜଣ ସ୍ଵେଚ୍ଛାସେବୀ ଜାଣିବାକୁ ପାଇ ସଙ୍ଗେ ସଙ୍ଗେ ଦୌଡ଼ି ଯାଇ ତାଙ୍କୁ ଉଦ୍ଧାର କରି ଜଳେଶ୍ଵର ଥାନାରେ ଜିମା ଦେଇ ଥିଲେ । ଘଟଣାରୁ ଜଣାପଡ଼ିଛି କି, ଏହି ବୃଦ୍ଧାର ନାମ ବାସନ୍ତୀ ବିଶ୍ଵାଳ ସ୍ଵାମୀ-ଜୟନ୍ତ ଗ୍ରାମ-ଦଶରାମପୁର ଥାନା ଭୋଗରାଇ ବୋଲି ବୃଦ୍ଧା ଜଣକ କହିଛି । ତାଙ୍କୁ ତାଙ୍କର ପୁତ୍ର ନିର୍ମଳ ବିଶ୍ଵାଳ ମାଆଙ୍କୁ ମାରାପିଟା ସହିତ ବହୁ ନିର୍ଯାତନା ଦେଇ ମା’ ବାସନ୍ତୀକୁ ଘରୁ ବାହାର କରି ଦେବାରୁ, ସେ ନିର୍ଯାତନା ସହି ନ ପାରି ପଳେଇ ଆସିଛି ବୋଲି ପ୍ରକାଶ କରିବା ପରେ ତାଙ୍କୁ ଜଳେଶ୍ଵର ପୂର୍ବତନ ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ କାଳି ଚରଣ ଦାସଙ୍କ ନେତୃତ୍ୱରେ ସରୋଜ ଚୌରାଶିଆ, ଶେଖ ହାସିରୁଦ୍ଦିନ ବକ୍ସ, ସୂର୍ଯ୍ୟକାନ୍ତ ସାହୁ, ଗୌତ୍ତମ ନାୟକ, ସୁବ୍ରତ ବେହେରା, ଗୌତ୍ତମ ବେହେରା, ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ ସ୍ଵେଚ୍ଛାସେବୀ ମାନେ ଉଦ୍ଧାର କରି ଜଳେଶ୍ଵର ଥାନାରେ ଜିମା କଲେ ଓ ତାଙ୍କର ପୁତ୍ର ସହିତ ସୁ-ସମ୍ପର୍କ କରିବା ପାଇଁ ଅନୁରୋଧ କରିଥିଲେ । ଏହି ପଦକ୍ଷେପ ପାଇଁ ଜଳେଶ୍ଵର ବୁଦ୍ଧିଯିବିମାନେ ପ୍ରଶଂସା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା