ଅଷ୍ଟମ ଶିଶୁ ପ୍ରତିଭା ସମ୍ମାନ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଅଷ୍ଟମ ଶିଶୁ ପ୍ରତିଭା ସମ୍ମାନ ପ୍ରତିଯୋଗିତା ଭାରତ ସ୍କାଉଟ୍ ଓ ଗାଇଡ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ବିଭିନ୍ନ ବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଆୟୋଜକଙ୍କ ପକ୍ଷରୁ ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ ରାଇମ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ଉର୍ତ୍ତୀର୍ଣ୍ଣ ଛାତ୍ର ଛାତ୍ରୀଙ୍କୁ ଆସନ୍ତା ଡିସେମ୍ବର ୩ରେ ଜୟଦେବ ଭବନରେ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ଦୀପ୍ତିରେଖା ରଥ, ଅଞ୍ଜଳୀ ସିଂ, ଉମା ଶତପଥୀ, ସୁତକ୍ରିତୀ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ସତ୍ୟନଗର ଲେଡିଜ୍ ଫୋରମ୍‌ର ସଦସ୍ୟମାନେ ହେଲେ ସୋଭେଦିତା ରୟ, ଦୀପ୍ତି ବେହେରା, ସୁସ୍ମିତା ପଟେଲ ମିଶ୍ର, ଗୋବିନ୍ଦ ପାତ୍ର, ମାନସି ପାଢ଼ୀ, ସତ୍ୟନାରାୟଣ ପଣ୍ଡା, କାଜଲ ମହାପାତ୍ର, ଆରାଧନା ସାହୁ, ରିନା ନାୟକ, ଉମା ଶତପଥୀ,ଲକ୍ଷ୍ମୀପ୍ରିୟା ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ : ରଜତ ମହାପାତ୍ର