ଅଲ ଓଡିଶା ବାରବାଟୀ କପ ତୃତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ

ନିମାପଡ଼ା(ସମୃଦ୍ଧଓଡିଶା)ଏସପି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଅଲ ଓଡିଶା ବାରବାଟୀ କପ ତୃତୀୟ ଟୁବୁଲି ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ପ୍ରଥମ ସେମିଫାଇନାଲ ମ୍ୟାଚରେ ନିମପୁର କ୍ରିକେଟ କ୍ଲବ କଟକକୁ ୩ ୱିକେଟରେ ହରାଇ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ଫାଇନାଲରେ ପ୍ରବେଶ କରିଛି l ନିମପୁର କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨0 ଓଭରରେ ୭ଟି ୱିକେଟ ହରାଇ ୧୩୪ ରନ କରିଥିଲା l ଜବାବରେ ପ୍ରତିପକ୍ଷ ପ୍ରଗତି ସ୍ପୋର୍ଟିଂ ଭୁବନେଶ୍ୱର ୭ ୱିକେଟ ବିନିମୟରେ ୧୩୮ ରନ କରିଥିଲା l ପ୍ରଗତି ସ୍ପୋର୍ଟିଂ ଦଳର ସାଇ ସୁବ୍ରତ ଜେନା ୪ ଓଭରରେ ୧୮ ରନ ବିନିମୟରେ ୪ ଟି ୱିକେଟ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରା ଇଥିଲା l ଆଜି ଅତିଥିଭାବେ ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ଅୟସକାନ୍ତ ମିଶ୍ର ଏବଂ ସମ୍ବିତ ପଟ୍ଟନାୟକ ମ୍ୟାଚ ପରିଚାଳନା କରିଥିଲେ l ମ୍ୟାଚ ରେଫରୀ ଥିଲେ ଜ୍ୟୋତିରଞ୍ଜନ ବରାଳ l ଓମ ରଞ୍ଜନ ପ୍ରଧାନ ଓ ରୋଶନଜିତ ରାୟ ସ୍କୋରର ଦାୟିତ୍ୱରେ ରହିଥିଲେ l

ରିପୋର୍ଟ : ରଜତ ମହାପାତ୍ର