ଅଭିଜିତ୍ ଆୟାର ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଫରୱାର୍ଡ଼ ବ୍ଲକର ଦାବି



ଭୁବନେଶ୍ୱର -ଓଡ଼ିଶା ମାଟିର ଐତିହ୍ୟ, କଳା-ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ସର୍ବୋପରି ଓଡ଼ିଆ ଜାତି ସମ୍ପର୍କରେ ଅସମ୍ମାନସୂଚକ ତଥା ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା ଆର.ଏସ୍.ଏସ୍. କର୍ମୀ ଅଭିଜିତ ଆୟାର ମିତ୍ରର ଗିରଫଦାରୀକୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସ୍ୱାଗତ କରାଯିବା ସହ ଏଭଳି କୁତ୍ସିତ ମତପୋଷଣ କରୁଥିବା ବ୍ୟକ୍ତି ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ଦାବି କରାଯାଇଛି ।ଓଡ଼ିଆ ଜାତି ଓ ଓଡ଼ିଶା ମାଟି ପ୍ରତି ଅପମାନ ସୂଚକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ହେଉ ଅବା ଅନ୍ୟକେହି ସେହିମାନଙ୍କୁ ଓଡ଼ିଶା ମାଟିର ମଣିଷ କେବେହେଲେ ବରଦାସ୍ତ କରିବେ ନାହିଁ । ଓଡ଼ିଶାର ଅସ୍ମିତା ସମ୍ପର୍କରେ ଅଭଦ୍ରୋଚି ଟିପ୍ପଣୀ ଦେଲେ ବା ଦୋହରାଇଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ଏକ ପ୍ରେସ୍ ବିବୃତି ମାଧ୍ୟମରେ ଚେତାବନୀ ଦେଇଛନ୍ତି ।