ଅତିରିକ୍ତ ଜିଲ୍ଲାଜଜଙ୍କ ଗାଡି ଦୁର୍ଘଟଣାଗସ୍ତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଜାତୀୟ ରାଜପଥ ଫାଏର ଟେସନ ନିକଟରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କ ଗାଡି ଦୁର୍ଘଟଣା ଗସ୍ତ ହେଇଥିବା ଜଣାପଡିଛି । ଏଥିରେ ଅତିରିକ୍ତ ଜିଲ୍ଲାଜଜ୍ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କର ପୁଅ ପ୍ରିତ ସୁନ୍ଦର ଓ ଡ୍ରାଇଭର୍ ରଞ୍ଜନ କୁମାର ସ୍ୱାଇଁ ଗୁରୁତର ଆହତ ହୋଇଛନ୍ତି । ଏହି କାରଟି ବ୍ରହ୍ମପୁର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ସମୟରେ ଗାଡି ନମ୍ବର (OD02AS 9011)କୁ ଏକ କଣ୍ଟ୍ନନେର N L01Q 3672 ଗାଡି ନମ୍ବର ପଛପଟୁ ଧକ୍କା ଦେଇଥିଲା । ଆହତ ତିନିଜଣଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲକୁ ଦମକଳ ଗାଡିରେ ଅଣାଯାଇ ଚିକିତ୍ସା କରାଯାଇଥିଲା । ଏଥିରେ ଡାଇଭର ଗୁରୁତ୍ୱ ଥିବାରୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଥିଲା ବ୍ରହ୍ମପୁର ବଡ ମେଡିକାଲକୁ । ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଥିବାରୁ ଛତ୍ରପୁରର ଆଇନଜୀବୀମାନେ ଓ କର୍ମଚାରୀ ଉପସ୍ଥିତ ହୋଇ ସହଯୋଗର ହାତ ବଢାଇଥିଲେ । ସେହିପରି ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୁଷ୍ଟି ଓ ତହସିଲଦାର ନୀଳମାଧବ ଭଇ, ଏସ୍ଡିଜେଏମ ସନ୍ତୋଷ କୁମାର ପାଣିଗ୍ରାହୀ, ଛତ୍ରପୁର ବ୍ଳକ ଅଫିସର ଅମ୍ବିକା ପ୍ରସାଦ ଦାସ ମେଡିକାଲରେ ପହଞ୍ଚିଥିଲେ । ଛତ୍ରପୁର ଥାନା ଅଧିକାରୀ ଦୁର୍ଘଟଣା ଘଟାଇଥିବା କଣ୍ଟ୍ନନେରକୁ ଜବତ କରିବା ସହ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା