ଅଙ୍ଗନୱାଡି କେନ୍ଦ୍ରରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ ଅଭିଯୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା)ଜଳେଶ୍ୱର ବ୍ଲକର ଶିକ୍ଷରପୁର ପଂଚାୟତର ସୁଖଦୁଖିଆ ଅଂଗନୱାଡି କେନ୍ଦ୍ରରେ ପ୍ଲାଷ୍ଟି ଅଣ୍ଡା ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଛି । ଏହି ଗାଁର ବସନ୍ତ କୁମାର ମଣ୍ଡଳଙ୍କ ସ୍ତ୍ରୀ ଜଗଜ୍ୟୋତି ମଣ୍ଡଳ, ୨ବର୍ଷ ଝିଅ ଚିନ୍ମୟ ମଣ୍ଡଳଙ୍କୁ ଗତ କିଛିଦିନ ତଳେ ଏକାଥରକେ ୨ମାସର ୨୪ଟି ଅଣ୍ଡା ପ୍ରଦାନ କରାଯାଇଛି । କିନ୍ତୁ ଏହି ଅଣ୍ଡାର କେସର ରବରଭଳି ଟାଣ ଓ ଖାଇବାବେଳେ ସ୍ୱାଦବିହୀନ ହେଉଥିବାର ଅଭିଯୋଗ ହୋଇଛି । ଏ ସଂପର୍କରେ ଜଳେଶ୍ୱର ସିଡିପିଓ ଓ ଆଇଆଇସିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସେ କହିଛନ୍ତି । ଏ ସଂପର୍କରେ ମାଳତୀବାରିକଙ୍କୁ ପଚାରିବାରୁ ୨ମାସର ଅଣ୍ଡା ଗତ ୪ତାରିଖରେ ଜଗଜ୍ୟୋତିଙ୍କୁ ଦିଆଯାଇଛି । କିନ୍ତୁ ଅଣ୍ଡାର ମାନ ସଂପର୍କରେ ଅନ୍ୟ କେଉଁଠାରୁ ଅଭିଯୋଗ ଆସିନଥିବା ବେଳେ ତାଙ୍କର ଅଭିଯୋଗ ପ୍ରଥମେ ଆସିଛି, ତେଣୁ ସେ କତ୍ତୃପକ୍ଷକୁ ଜଣାଇବେ ବୋଲି କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା