ଅଗ୍ନି ଗ୍ରୁଫର ନିଆରା ପ୍ରୟାସ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଶିବନି ପଣ୍ଡା ବୟସ ୫୫ ବିଧବା ସ୍ତ୍ରୀ, ପୁଅ ଆଦିତ୍ୟ ପଣ୍ଡା ବୟସ ୨୨ ମାନସିକ ଅନାଗ୍ରସର ନିଜ ସ୍ୱାମୀ ମରିଯିବା ପରେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ କିଛିନାହିଁ । ପୁଣି ବୋଝ ଉପରେ ନଳିତା ବିଡା ପରି ମାନସିକ ରୋଗଗ୍ରସ୍ତ ପୁଅ ଛାଡିକି କେଉଁ ଆଡେ କାମ କରିବାକୁ ବାହାରକୁ ଯାଇପାରୁନାହାନ୍ତି । ଭଉଣୀ ଦୟାରୁ ସାଙ୍ଗରେ ରହିବାକୁ ମିଳିଛି ହେଲେ ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହେଇଯାଇଛି । ଶିବନିଙ୍କ କହିବା ଅନୁସାରେ ଯଦି କେହି ତାଙ୍କୁ ଘରେ କିଛି କାମ ଯୋଗାଇଦେଵ ତାହାହେଲେ ସେ ଗୁଜୁରାଣ ମେଣ୍ଟାଇପାରିବେ ଏହି ସମ୍ବାଦ ଆମ ସୁଦୁପ ଭାଇଙ୍କ ଗ୍ରୁପରେ ଲାଏନସ କ୍ଲବର ସଦସ୍ୟ ଲାଏନ ଧର୍ମା ରାଓ ପକାଇବା ପରେ ମହିଳାଙ୍କ ସୁରକ୍ଷିତ ଲାଗି ହୋଇଥିବା ଅଗ୍ନି ଗ୍ରୁପ ଏକ ନିଆରା ଢଙ୍ଗରେ ସାହାଯ୍ୟ କରିବ ଲାଗି ଆଗେଇ ଆସିଛି । ଅଗ୍ନି ଗୁଫର ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ, ସଭାପତି ରତନମଣି କଟନ, ଉପସମ୍ପାଦିକା କବିତା ପାତ୍ର ଓ ଉପଦେଷ୍ଟା ସାମନ୍ତରାୟ ବାବୁ । ଧର୍ମ ରାଓଙ୍କ ଜରିଆରେ ଶିବନି ପଣ୍ଡାଙ୍କୁ ମିଶି ଆତ୍ମନିର୍ଭରଶୀଳ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଅଗ୍ନି ଗ୍ରୁପର ସଦସ୍ୟାମାନଙ୍କ ପାଖରେ ଥିବା ଖବର କାଗଜକୁ ଦେଇ କିପରି ଠୁଙ୍ଗା ତିଆରି କରାଯାଇଥାଏ ଶିଖାଇ ଥିଲେ ଏବଂ ସେଗୁଡାକୁ ଦୋକାନରେ ଦେବା କୁ ଯୋଗାଯୋଗ କରାଇ ଦେବେ ବୋଲି କହିଥିଲେ । ସମସ୍ତ ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ କରୁଛନ୍ତି ଯେ ଦୟାକରି ଯେଉଁମାନେ ଖବର କାଗଜ ମଗାଉଛନ୍ତି ଦୟାକରି ନ ବିକ୍ରି କରି ଏହି ମହିଳାଙ୍କୁ ଆମଜରିଆରେ ହେଉ କିମ୍ବା ସିଧା ଦେଇଦିଅନ୍ତୁ ବୋଲି ଅଗ୍ନି ଗ୍ରୁପର ସଦସ୍ୟ ମାନେ ଅନୁରୋଧ କରିଛନ୍ତି । ତତ ସଙ୍ଗେ ସଙ୍ଗେ ଶିବନି ପଣ୍ଡା କହିଛନ୍ତି ଏହି ପରି କଲେ ସେ ଆଉ ତାଙ୍କ ମାନସିକ ରୋଗଗ୍ରସ୍ତ ପୁଅ ବହୁତ ଉପକୃତ ହେବେ । ଅଗ୍ନି ଗ୍ରୁପର ଏହି ନିଆରେ ପ୍ରୟାସକୁ ସମସ୍ତ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା