ଅଗଷ୍ଟ ୧ ଯାଏଁ ବଢ଼ିଲା ଆଂଶିକ ଲକଡାଉନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ରାଜ୍ୟରେ ଚାଲିଥିବା ଲକଡାଉନକୁ ସରକାର ଆସନ୍ତା ଅଗଷ୍ଟ ୧ ତାରିଖ ଯାଏଁ ବଳବତ୍ତର ରଖିଛନ୍ତି । ବର୍ତ୍ତମାନ ଚାଲିଥିବା ଲକଡାଉନ ସମ୍ପର୍କରେ ସରକାର ନୂତନ ମାର୍ଗଦର୍ଶିକା ଘୋଷଣା କରିଛନ୍ତି । ଏହି ନୂତନ ମାର୍ଗଦର୍ଶିକା ଅନୁଯାୟୀ ସମଗ୍ର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ କମ ହେଉଛି ସେଗୁଡିକୁ A କାଟା ଗୋରୀରେ ଥିବାବେଳେ ସଂକ୍ରମଣ ଅଧିକ ଥିବା ଜିଲ୍ଲା ଗୁଡିକୁ B କାଟାଗୋରୀରେ ରଖାଯାଇଛି । ଆଜି ସରକାରଙ୍କ ଘୋଷିତ ନୂତନ କୋଭିଡ ୧୯ ମାର୍ଗଦର୍ଶିକା ଅନୁଯାୟୀ A କାଟାଗୋରୀ ଜିଲ୍ଲା ଗୁଡ଼ିକରେ ଦୋକାନ ବଜାର ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । କାଟାଗୋରୀ B ଜିଲ୍ଲା ଗୁଡିକରେ ଦୋକାନ ବଜାର ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ସମଗ୍ର ରାଜ୍ୟରେ ବସ ଚଳାଚଳକୁ ଅନୁମତି ଦିଆଯାଇଥିବା ବେଳେ ବସରେ ଯେତିକି ସିଟ ସେତିକି ଯାତ୍ରୀ ଯିବା ଆସିବା କରିପାରିବେ । ଜିମ, ସ୍ପା ଓ ସେଳୁନ ଗୁଡିକ ପୂଣ୍ଣ କୋଭିଡ ୧୯ ମାର୍ଗଦର୍ଶିକାକୁ ଅନୁସରଣ କରି ଖୋଲିବେ । ପୂର୍ବପରି ନାଇଟ କର୍ଫ୍ୟୁ ସନ୍ଧ୍ୟା ୦୫ ଟାରୁ ସକାଳ ୦୬ ଟା ପଯ୍ୟନ୍ତ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସର୍ଟଡାଉନ ବଳବତ୍ତର ରହିବ ବୋଲି କୁହାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା