ଅଖିଳ ଭାରତୀୟ କୃଷକ ସଭା ପକ୍ଷରୁ ବିଭିନ୍ନ ଦାବୀରେ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ତିନି କଳା ଆଇନ ବିରୁଦ୍ଧରେ କୃଷକ ସମାଜର ସଂଘର୍ଷ ମୟର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ୱାନରେ ଅଖିଳ ଭାରତୀୟ କୃଷକ ସଭା(AIKS) ପକ୍ଷରୁ ବିଭିନ୍ନ ଦାବୀ ନେଇ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ୟୁଖ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାରଙ୍କ କୃଷି ମାରଣ ନୀତିକୁ ତୀବ୍ର ନିନ୍ଦା କରିଥିଲେ । ପାର୍ଲିଆମେଣ୍ଟରେ ତିନି କଳା କୃଷି ଆଇନ ପ୍ରତ୍ୟାହାର ଏମଏସପିକୁ ଆଇନ ଗତ ଅଧିକାର, ଲଗାଣ ବର୍ଷା ଓ ବଣ୍ୟ ଜନ୍ତୁ ଦ୍ଵାରା ଫସଲ କ୍ଷତିର କ୍ଷତି ପୂରଣ ଚାଷୀଙ୍କୁ ପ୍ରଦାନ ପାଇଁ ଦାବି କରିବା ସହ ୬ ଦଫା ଦାବୀ ପୂରଣ କରିବା ପାଇଁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, କମ୍ୟୁନିଷ୍ଟ ନେତା ଶ୍ରୀହର୍ଷ ମିଶ୍ର, କୃଷକ ନେତା ରାଜୀବ ଲୋଚନ ପଣ୍ଡା, ଡି. ଆଦିନାରାୟଣ ରେଡି, କମ୍ୟୁନିଷ୍ଟ ନେତା ନୀଳକଣ୍ଠ ଦାଶ, ଜନାର୍ଦନ ରେଡି, ଏସ. କ୍ରିଷ୍ଣା ରେଡିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ନେତା ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା