୧୦ନଂ ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ନେଇ ଦାବି ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଏନଏସି ସ୍ଥିତ ୧୦ନଂ ୱାର୍ଡରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ବିଭିନ୍ନ ଦାବୀ ନେଇ ୧୦ନଂ ୱାର୍ଡର କାଉନସିଲ ଦେବାଶିଷ ମିଶ୍ର ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଲୀନା କୁମାରୀ ଖେସ୍ ଙ୍କୁ ପ୍ରଦାନ କରିଛନ୍ତି । ଏହି ୱାର୍ଡରେ ୫ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ରହିଥିଲେ ମଧ୍ୟ ଏଠାରେ ଅଙ୍ଗନବାଡି କେନ୍ଦ୍ର ଟିଏ ନାହିଁ । ଅଙ୍ଗନବାଡି କେନ୍ଦ୍ର ନ ଥିବାରୁ ୱାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ୱାର୍ଡର ଶିଶୁ ଓ ମହିଳାମାନେ ବିଭିନ୍ନ ସେବାରୁ ବଞ୍ଚିତ ରହୁଛନ୍ତି । ଏଣୁ ଅଙ୍ଗନୱାଡି କେନ୍ଦ୍ର ସ୍ଥାୟୀ ଭାବେ ଖୋଲିବା ପର୍ଯ୍ୟନ୍ତ ଅତ୍ୟନ୍ତ ଏହି ୱାର୍ଡ ପରିସରରେ ଅସ୍ଥାୟୀ ଭାବେ ଅଙ୍ଗନବାଡି କେନ୍ଦ୍ର ଖୋଲିବା ନିମନ୍ତେ କାଉନସିଲର ଶ୍ରୀ ମିଶ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଖେସ୍ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାସହ ଏନେଇ ସେ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାଶ, ଛତ୍ରପୁର ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦଙ୍କୁ ମଧ୍ୟ ଭେଟି ଦାବି ପତ୍ର ପ୍ରଦାନ କରିବା ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା