ସୋରଡା ବ୍ଲକର ବିଭିନ୍ନ ଗ୍ରାମରେ ଚଢ଼ାଉ : ୧୫ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋରଡା ବ୍ଲକ ଅନ୍ତର୍ଗତ ମଥାଖାଲ, ଲାଠିପଡା, ବଡ଼ପାଣ ସାହି, ସାନପାଣ ସାହି, କପାଖାଲ, ବାଦୁଆ, ମାଝୀପଲ୍ଲୀ, ଗୁଡିଢ଼ିପ, କେନ୍ଦୁପଲ୍ଲୀ ଓ ସୋରନୌତୁ ପ୍ରଭୁତି ଗ୍ରାମରେ ସୋରଡା ପୋଲିସଙ୍କ ଉପସ୍ଥିତରେ ଅବକାରୀ ଚଢ଼ାଉ କରାଯାଇ ୨୬୧୦ ଲିଟର ରନ୍ଧା ଦେଶୀମଦ ଓ ୧୭ହଜାର ୩୪୦ ଲିଟର ଗୁଡ଼ ମିଶ୍ରିତ ମହୁଲି ପୋଚ ନଷ୍ଟ କରିବା ସହ ୧୮ ଗୋଟି ଅବକାରୀ ମକଦ୍ଦମା ରୁଜୁ କରି ୧୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ସୂଚନା ଯେ, ଏହି ଚଢ଼ାଉ ସମୟରେ ସୋରଡା ତହସିଲଦାର ଶ୍ରୀ ମିଶ୍ର, ଗଞ୍ଜାମ ଜିଲ୍ଲା ଅବକାରୀ ଉପ ଅଧିକ୍ଷକ ଅଭିରାମ ବେହେରା, ଆସ୍କା ରେଞ୍ଜ ନିରୀକ୍ଷକ ଧୀରେନ କୁମାର ବେହେରା, ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ନିରୀକ୍ଷୀକା ଶ୍ରୀମତୀ ପ୍ରୀତିଧାର ନାୟକ, ଗଞ୍ଜାମ ଅବକାରୀ ଭ୍ରାମ୍ୟମାଣ ଉପନିରୀକ୍ଷକ ଦୁର୍ଯ୍ୟୋଧନ ଦିଗାଲ, ସୋରଡା ଅବକାରୀ ଉପ ନିରୀକ୍ଷକ ପ୍ରଦୀପ କୁମାର ମହାନ୍ତି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ ।