ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷ କାର୍ତ୍ତିକ ସାହୁ କରୋନାରେ ଚି଼ହ୍ନଟ ହେବା ପରେ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ୧୦ଦିନ ଧରି ଚିକିତ୍ସା ହେବା ପରେ ସୁସ୍ଥ ହୋଇ ନିଜ ଗାଁ’କୁ ଫେରିଛନ୍ତି ଏବଂ ନିଜ ଘରେ ୨୦ଦିନ ପର୍ଯ୍ୟନ୍ତ ମଧ୍ୟ ରହିଥିଲେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ ପ୍ରକାଶ କରିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବା ପରେ ଗତ ଗୁରୁବାର ଦିନ ଅଧ୍ୟକ୍ଷ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି । ସରକାରଙ୍କ ଆଇନକୁ ମାନି ସ୍ୱାଗତ ସମ୍ବର୍ଦ୍ଧନା କରି ବ୍ଲକ ଅଧ୍ୟକ୍ଷଙ୍କୁ ଅଫିସକୁ ପାଛୋଟି ଅଣାଯାଇଥିଲା । ଏହି ଅବସରରେ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ମଧ୍ୟ ଦେବା ସହ ମାସ୍କ, ସାନିଟାଇଜର ଦୂରତା ରଖି ରହିବାକୁ ପରାମର୍ଶ ଦେଇଥିଲେ । କରୋନା ରୋଗକୁ ଭୟଭିତ ନ ହେବା ପାଇଁ ଲୋକଙ୍କୁ ବୁଝାଇଥିଲେ ।