ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଓଡିଶା ପ୍ରବାସୀଙ୍କୁ ଥଇଥାନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ କରୋନା ଯୋଗୁଁ ନିଜ ଭିଟାମାଟିକୁ ବିଭିନ୍ନ ରାଜ୍ୟରୁ ଫେରି ଆସିଥିବା ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ଥଇଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ l କିନ୍ତୁ ଦୀର୍ଘ ୪ ମାସ ହେଲା ବାହାରୁ ଫେରିଥିବା ପ୍ରବାସୀମାନେ କୌଣସି କାମଧନ୍ଦା ନ ପାଇ ଖାଲି ବସି ରହିଲେ l ଘର କିପରି ଚଳିବ ଏନେଇ ହଜାର ହଜାର ପ୍ରବାସୀ ନିଜ ଜ଼ିଲ୍ଲାରେ କାମ ନ ପାଇ ପୁଣି ବାହାର ରାଜ୍ୟକୁ କାମ କରିବାକୁ ବାଧ୍ୟ ହେଉଛନ୍ତି l ଦୀର୍ଘ ୫ ମାସ ହେଲା ସରକାର ବିଭିନ୍ନ କଥା କହି କେବଳ ଭୁଆଁ ବୁଲାଇଛନ୍ତି ବୋଲି ଅଭିଯୋଗ କରି ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋପ ପ୍ରଦର୍ଶନ କରିବା ସହ ଆରଡିସିଙ୍କୁ ଏକ ଦାବି ପ୍ରତ ପ୍ରଦାନ କରାଯାଇଛି l ଗଞ୍ଜାମ ଜିଲ୍ଲାର ଅନୁନ୍ୟ ୮ ଲକ୍ଷ୍ୟରୁ ଉର୍ଦ୍ଧ ପ୍ରବାସୀ ନିଜ ଭିଟାମାଟିକୁ ଫେରିଛନ୍ତି କିନ୍ତୁ ଜ଼ିଲ୍ଲାପାଳ ୨ ଲକ୍ଷ୍ୟ ୫0 ହଜାର ପ୍ରବାସୀ ଫେରିଛନ୍ତି କହିବା ହାସ୍ୟlସ୍ୱଦ ବୋଲି ଜିଲ୍ଲା ସଭାପତି ଜେନା କହିଛନ୍ତି l ପ୍ରବାସୀ ମାନଙ୍କ ଜୀବନ ଜୀବିକାର ଦାୟିତ୍ୱ ସରକାର ନେବେ ଓ କୁଶଳୀ ଏବଂ ଅଣକୁଶଳୀ ମାନଙ୍କୁ ଥଇଥାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ କିଛି ବି କରିଲେ ନାହିଁ l ଜିଲ୍ଲାରେ ଥିବା ରୁଗୁଣ ବହୁ କଳକାରଖାନା ତଥା ଛୋଟ ବଡ଼ ଶିଳ୍ପର ପୂର୍ଣ୍ଣଉଦ୍ଧାର ପାଇଁ ରାଜ୍ୟ ସରକାର ଉଦ୍ୟମ କରିନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି l ଜିଲ୍ଲାକୁ ଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ କରନ୍ତୁ ବୋଲି ଦାବି କରିଥିଲେ l ଗଞ୍ଜାମ ଜିଲ୍ଲାରେ ଆସିକା ସ୍ପିନିଂ ମିଲ ଓ ଚିନି କଳ, ଅଙ୍କୁଲି ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ, ଆମ୍ଭପୁଅl ଆଇ.ଟି ପାର୍କ, ବ୍ରହ୍ମପୁର ପାଟ ଶିଳ୍ପର ପୁନଉଦ୍ଧାର, ଅଟୋ ନଗର ମେଗା ଟାଟା ପ୍ରକଳ୍ପ ଓ କିଆ ଫୁଲ ଚାଷର ଉନ୍ନତି କରି ପ୍ରବାସୀଙ୍କ ମାନବ ସମ୍ଭଳରେ ଉପଯୋଗ କରିବାକୁ ବିଜେପି ଦାବି କରିଛି l ବିକ୍ଷୋଭ କାଯ୍ୟକ୍ରମରେ ଜ଼ିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନା ସମେତ ବରିଷ୍ଠ ନେତା କାହୁଁ ଚରଣ ପତି, ରାମ କୁମାର ପାତ୍ର, ନିରଞ୍ଜନ ପାଣିଗ୍ରାହୀ, ସିଦ୍ଧାନ୍ତ ଗଙ୍ଗଦେଓ, ପ୍ରଭାତ ଷଢଙ୍ଗୀ, ସୁବାସିନୀ ପଟ୍ଟନାୟକ, ନମିତା ପଣ୍ଡା, ମଦନ ମୋହନ ପାତ୍ର,ଏଲ ମୋହନ ଦାସ, କିରଣ ସାହୁ, ବିକାଶ ପାଣିଗ୍ରାହୀ ସମେତ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା