ସାମ୍ବାଦିକଙ୍କ ମାତୃ ବିୟୋଗରେ ଶୋକ ପ୍ରକାଶ..

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ସମୃଦ୍ଧ ଓଡ଼ିଶାର ପାରଳାଖେମୁଣ୍ଡି ପ୍ରତିନିଧି ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ମାଆ ଧନମନ୍ତି ବେହେରା (୯୪)କିଛିଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର AIMS ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ଗତ ୫ଦିନ ତଳେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା । ଆଜି ଦିନ 3ଟା ସମୟରେ ହଟାତ ଅସୁସ୍ଥ ହୋଇ ଶ୍ୱାସକ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ପାରଳାଖେମୁଣ୍ଡିସ୍ଥିତ ସମୁଟିଆ ସାହିରେ ସେ ଦୀର୍ଘ ୮୦ବର୍ଷ ହେବ ରହି ଆସିଥିଲେ ଓ ତାଙ୍କ ସ୍ୱାମୀ ସ୍ବର୍ଗତ ଭଗବାନ ବେହେରା ମସ୍ୟ ବିଭାଗର ଜଣେ ଆଦର୍ଶ କର୍ମଚାରି ଥିଲେ। ଖବର ପାଇ ସ୍ଥାନୀୟ ଲୋକଙ୍କ ଶୋକର ଛାୟା ଖେଳିଯାଇଛି ।ମୃତ୍ୟୁ ବେଳେ ତାଙ୍କ ପାଖରେ ପୁଅ ବହୁ ନାତିନାତୁଣୀ ଉପସ୍ଥିତ ଥିଲେ । ତାଙ୍କ ଅନ୍ତିମ ସତ୍କାର ପୁରୀ ସ୍ୱର୍ଗଦ୍ଵାର ଠାରେ ହୋଇଥିଲା । ସାମ୍ବାଦିକ ବେହେରାଙ୍କ ମାଆଙ୍କ ପରଲୋକରେ ସମୃଦ୍ଧ ଓଡିଶା ପରିବାର ଶୋକ ପ୍ରକାଶ କରି ସେହି ଆମର ଆତ୍ମାର ସଦଗତି କାମନା କରିଛି ।

ରିପୋର୍ଟ : ନିଉଜ ବ୍ୟୁରୋ