ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କଲେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ସମାଜସେବୀ ସଂଗଠନ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉଥିବା ବେଳେ ଗତ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜୀ ସମାଜ ମହୁରୀ ଅଞ୍ଚଳ ପରିଷଦ ପକ୍ଷରୁ ୬୦ହଜାର ଟଙ୍କାର ଏକ ଚେକ ବ୍ରହ୍ମପୁର ଉପାଜିଲ୍ଲପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ଏହି ଚେକ ପ୍ରଦାନ ସମୟରେ ମହୁରୀ ଅଞ୍ଚଳ ସଭାପତି ବୃନ୍ଦାବନ ଖଟେଇ, ରାଜ କିଶୋର ବରଡ଼, ଗୁରୁନାଥ ବିଶୋୟୀ, ରାଜେନ୍ଦ୍ର ପ୍ରଧାନ, ଗିରିଧର ଭୂୟାଁ, କପିଳେଶ୍ୱର ତାରେଣୀ, ରୋହିତ କୁମାର ଭୂୟାଁ, ଭଗବାନ ସ୍ୱାଇଁ, ରଞ୍ଜନ ସ୍ୱାଇଁ, ରାଜେନ୍ଦ୍ର ତାରେଣୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା