ଲକଡାଉନ ବେଳେ ଭାପୁର ଗ୍ରାମ ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ : ଜିଲ୍ଲପାଳ ଦୃଷ୍ଟି ଦିଅନ୍ତୁ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଗ୍ରାମପଞ୍ଚାୟତ ରାଜ୍ୟ ସରକାରଙ୍କର ବସୁଧା ଜଳ ଯୋଗାଣ ଯୋଜନା ସଠିକ ଭାବେ କାର୍ଯ୍ୟ କରୁନାହିଁ ବୋଲି ଅଭିଯୋଗ ହୋଇଛି । ଲକଡାଉନ ବେଳେ ରୌଦ୍ର ତାପ ଯୋଗୁଁ ଭାପୁର ପଞ୍ଚାୟତରେ ପାନୀୟ ଜଳର ଘୋର ଅଭାବ ଯୋଗୁଁ ଲୋକମାନେ ହନ୍ତସନ୍ତ ହୋଇ ସାରିଲେଣି । ସରକାର ଏହା ଉପରେ ଆଗୁଆ ପଦକ୍ଷେପ ନେଇ ନ ଥିବାରୁ ପିଇବା ପାଇଁ ପାଣି ଟୋପାଏ ମିଳିବ କଷ୍ଟକର ହୋଇ ଯାଇଛି । କରୋନା ଯୋଗୁଁ ଲକଡାଉନ ଫଳରେ କେହି ବାହାରକୁ ବାହାରୁ ନ ଥିବା ବେଳେ ପାଣି ମୁନ୍ଦିଏ ପାଇଁ ସାଧାରଣ ଲୋକ କିଭଳି ଭାବରେ କଷ୍ଟ ଭୋଗୁଥିବା ତାହା ସରକାର ଚିନ୍ତା କରିବା ଆବଶ୍ୟକ ବୋଲି ଦାବୀ ହୋଇଛି । ରାଜ୍ୟ ସରକାର ବିଶେଷ କରି ଢେଙ୍କାନାଳ ଜିଲ୍ଲାପାଳ ଏଥିପ୍ରତି ତୁରତ୍ନ ଦୃଷ୍ଟି ଦେଇ ଏହି ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଗ୍ରାମବାସୀ ଓ ପଞ୍ଚାୟତବାସୀ ଅନୁରୋଧ କରିଛନ୍ତି ।

ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା