ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ ଖେଳକୁଦ ଗତ ଶୁକ୍ରବାର ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ପରିଚାଳନା ସମିତିର ଉପାଧ୍ୟକ୍ଷ ଡକ୍ଟର ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଉଦଘାଟନ କରିଥିଲେ। ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ରେ ସମସ୍ତ ଖେଳକୁଦ ଅନୁଷ୍ଠିତ ହୋଇଥିଲା । ଏଥିରେ ୧ମ ରୁ ୧୦ମ ପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଦ୍ୟାଳୟର କ୍ରୀଡ଼ା ପ୍ରମୁଖ ମୁରଲୀମୋହନ ପ୍ରଧାନଙ୍କ ଓ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଓ ସହ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପାଢ଼ୀ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଶନିବାର ସଂଧ୍ୟାରେ ସମାପିତ ହୋଇଥିଲା ।

ରିପୋର୍ଟ : କୃଷ୍ଣ କୁମାର ବେହେରା