ବିଜେଡିର ଜନସମ୍ପର୍କ ପଦଯାତ୍ରା ଉଦଯାପିତ..

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ଗାନ୍ଧୀ ଜୟନ୍ତୀ ଠାରୁ ଗଜପତି ଜିଲ୍ଲାରେ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ଆଜି ମହା ଆଡମ୍ବରରେ ଉଦଯାପିତ ହୋଇଯାଇଛି । ଏଥିରେ ଜିଲ୍ଲାର ପ୍ରାୟ ଦୁଇହଜାର ରୁ ଉର୍ଦ୍ଧ୍ବ କର୍ମୀ, ନେତୃବୃନ୍ଦ ଏବଂ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଏଥିରେ ଉପସ୍ଥିତ ରହି ନବୀନ ସରକାରଙ୍କ ବହୁମୁଖୀ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ ସଭା ପରିଚାଳନା କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା