ସନରାଇଜ ସ୍ପୋର୍ଟସ କ୍ଳବ ପକ୍ଷରୁ କୁନା ଭାଇ ମେମୋରିଆଲ ଅନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତ ଶୁକ୍ରବାର ଦିନ ସନରାଇଜ ସ୍ପୋର୍ଟସ କ୍ଳବ ପକ୍ଷରୁ କୁନା ଭାଇ ମେମୋରିଆଲ ଅନ୍ତଃ ଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହାସହ ଅନ୍ୟ ଅତିଥି ଭାବେ କ୍ଲବର ଉପଦେଷ୍ଠା ତାରକେଶ୍ୱର ପଣ୍ଡା, ଅମୀୟ କୁମାର ଧଳ, ପୂର୍ଣ୍ଣଚନ୍ଦ୍ର ବେହେରା, ୟୁଥମାସ ସେବା ସଂଘର ସମ୍ପାଦକ ସୟଦ ମୁକ୍ତାର, ସିଏଚ ଜନାର୍ଦ୍ଦନ ରେଡ୍ଡୀ, ଟାଟା ଷ୍ଟିଲର କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର କୁମାର ପରିଡା, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଯୁବନେତା ସଂଜିତ ରାଉଳ, ନବୀନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉଦଘାଟନୀ ମ୍ୟାଚରେ ରୟାଲ ସିକ୍ସ ସହିତ ଟିକାବାଲି ସିକ୍ସର ମୁକାବିଲା ହୋଇଥିଲା । ଏଥିରେ ରୟାଲ ସିକ୍ସ ବିଜୟୀ ହୋଇଥିଲା । ସେହିପରି ହରିଡ଼ାଖଣ୍ଡି ସିକ୍ସ ସହ ଗୋଳାବନ୍ଧ ସିକ୍ସର ମୁକାବିଲା ହୋଇଥିଲା । ଏଥିରେ ଗୋଳାବନ୍ଧ ସିକ୍ସ ବିଜୟୀ ହୋଇଛି । ରେଫରୀ ଭାବେ ନରେଶ ରାଓ ଖେଳ ପରିଚାଳନା କରିଥିବା ବେଳେ ଲାଇନ୍ସ ମ୍ୟାନ ଭାବେ ରାଜେଶ ଓ ରବି କାର୍ଯ୍ୟ ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସନରାଇଜ ସ୍ପୋର୍ଟସ କ୍ଲବର ସଭାପତି ଏଲ.ଶ୍ରୀନିବାସ ରାଓ, ଉପସଭାପତି ସମୀର କୁମାର ପଟ୍ଟନାୟକ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, ସହସମ୍ପାଦକ ଏସ.ଲିଙ୍ଗରାଜ ରେଡ୍ଡୀ, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଆଇନ ପରାମର୍ଶଦାତା ରଞ୍ଜନ କୁମାର ମହାପାତ୍ର, ଅଡିଟର ତ୍ରିନାଥ ବେହେରା, ପରାମର୍ଶଦାତା ସିମାଞ୍ଚଳ ସେଠି, କାର୍ଯ୍ୟକାରୀ ସଦସ୍ୟ ପ୍ରକାଶ ଚନ୍ଦ୍ର ସେଠି, ମାୟାଧର ଦାସ, ଏଚ.ଗୋବିନ୍ଦ ନାୟକ, ଇ ସୁଧାକର ଦୋରା, ପି. ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ସଭ୍ୟ ସହଯୋଗ କରିଥିଲେ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । ଏଥିରେ ୧୬ ଦଳ ଅଂଶ ଗ୍ରହଣ କରୁଛନ୍ତି ବୋଲି ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା