ରାଶିଫଳ

ମେଷ: ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ଲାଗି ରହିଥିବା ବାଦ ବିବାଦର ପରିସମାପ୍ତି ଘଟିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷିକ୍ଷେତ୍ରକୁ କ୍ରିୟାଶୀଳ କରିପାରନ୍ତି। ଯାନବାହନ ଜନିତ ସୁଖଭୋଗ କରିବେ।

ବୃଷ: ପାଇଥିବା କାର୍ଯ୍ୟକୁ ହାତଛଡ଼ା ନ କରି ତା’ର ସଦ୍‍ବ୍ୟବହାର କଲେ ବହୁ ସୁଖର ଅଧିକାରୀ ହେବେ। ଧୈର୍ଯ୍ୟବାନ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିବ। ସୁସମ୍ବାଦ ପାଇ ଖୁସି ହେବେ।

ମିଥୁନ: ଚାକିରି କ୍ଷେତ୍ରରେ ପଦୋନ୍ନତିରେ ସୂଚନା ମିଳୁଛି। ସ୍ୱାଧୀନଭାବେ କିଛି କରିବା ସମ୍ଭବ ହେଉ ନ ଥିବାରୁ ପରାମର୍ଶ ଏକାନ୍ତ ଲୋଡା। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବିତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ।

କର୍କଟ: ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ରୁଚିପୂର୍ଣ୍ଣ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ।

ସିଂହ: ଆପଣଙ୍କ ବିରୋଧରେ ମାମଲା ରୁଜୁ ହୋଇ ଥିବାର ଖବର ପାଇବେ। ବ୍ୟୟର ପରିମାଣ ବୃଦ୍ଧି ହେବାର ଖବର ପାଇ ଆନନ୍ଦ ପରିବର୍ତ୍ତେ ଦୁଃଖ ଭୋଗ କରିବେ। ଥଣ୍ଡା କଫରେ ଆକ୍ରାନ୍ତ ହେବେ।

କନ୍ୟା: କାର୍ଯ୍ୟରେ ସଫଳତା ମିଳିବ। ଆୟ ଆଶାନୁରୂପ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ସୁଖ ସନ୍ତୋଷ ଲାଭ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ମିଳିବ।

ତୁଳା: କଳ୍ପନା ବିଳାସୀ ହୋଇପାରନ୍ତି। ଶାନ୍ତି ସନ୍ତୋଷ ଲାଭ କରିବେ। ସରକାରୀ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଗୃହର ପରିବେଶ ଠିକ୍‍ ରହିବ। କୀର୍ତ୍ତିମାନ ହେବେ। ବହୁବିଧ ଧନର ଅଧିକାରୀ ହେବେ।

ବିଛା: ଦୂର ସ୍ଥାନକୁ ଯାତ୍ରା କଲେ ସଫଳତା ମିଳିବ। ଦାନ-ଧର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅନ୍ୟାୟର ପ୍ରତିବାଦ କରିବେ। ସକଳଗୁଣ ଯୁକ୍ତ ହେବେ। ସୁଖୀ ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରିବେ।

ଧନୁ: କାର୍ଯ୍ୟରେ ଅବହେଳା ଘଟିବା ଆଶା କରାଯାଏ। ଏଥିରେ ମ୍ରିୟମାଣ ନହୋଇ ଆଗକୁ ବଢ଼ି ଚାଲନ୍ତୁ ଘଟଣା ସୁଖକର ହୋଇପାରେ। ଦୁଃଖ କଷ୍ଟ ସହିବାକୁ ପଡ଼ିବ। ଅସୁସ୍ଥତା ଅନୁଭବ କରିବେ। ଅର୍ଥ ନଷ୍ଟର ସମ୍ଭାବନା ଅଛି।

ମକର: ଗୃହରେ ବିବାଦର ସୂତ୍ରପାତ ହୋଇପାରେ। ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି। ଆଶାବାଦୀ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। କର୍ତ୍ତବ୍ୟ ନିଷ୍ଠା ଆପଣଙ୍କୁ ମହାନ୍‍ କରିବ।

କୁମ୍ଭ: ବ୍ୟବସାୟ ଲାଭଜନକ ହେବ। ସୁଖ ଶାନ୍ତିରେ ଦିନଟି ଅତିବାହିତ ହେବ। ସୌଭାଗ୍ୟ ଉଦୟ ହୋଇଛି। ସୁସ୍ଥ ଓ ନିରାମୟ ରହିବେ। ବଳବାନ ହେବେ। ଶତ୍ରୁହନ୍ତା ଘଟାଇ ପାରନ୍ତି। ସ୍ୱଇଚ୍ଛାରେ ଯାହା କରିବେ, ତାହା ଠିକ୍‍ ହେବ।

ମୀନ: ଦିନଟି ସମସ୍ୟା ବହୁଳ ହେଲେ ବି ସବୁ ବାଧାବିଘ୍ନକୁ ଏଡ଼ାଇ ଆଗକୁ ବଢ଼ି ଚାଲନ୍ତୁ। ଚଞ୍ଚଳ ପ୍ରକୃତିର ହେବେ। ହଠାତ୍‍ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମଧ୍ୟମ ଧରଣର ସୁଖ ମିଳିପାରେ। କନ୍ୟା, ପୁତ୍ରାଦି ଲାଭ କରିବେ।