ରାଇବଣିଆ ଲୋକ ମହୋତ୍ସବର ୪ର୍ଥ ସଂଧ୍ୟା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଐତିହାସିକ ରାଇବଣିଆର ଐତିହାସିକ ତଥ୍ୟ ତଥା ନୃତ୍ୟୁ ସଂଗୀତ ମାଧ୍ୟମରେ ଭାଷା ସଂସ୍କୃତିକୁ ଉଦ୍‌ଯିବିତ କରିବା ସହିତ ଶାରିରୀକ ଓ ମାନସିକ ଶାନ୍ତି ପାଇଁ ରାଇବଣିଆ ଲୋକ ମହୋତ୍ସବ ଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଅଧିକ ବୋଲି ୪ର୍ଥ ସଂଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ହାତୀଗଡ ହେଲିପ୍ୟାଡ ପଡିଆରେ ରାଇବଣିଆ ଲୋକମହୋତ୍ସବର ୪ର୍ଥ ସଂଧ୍ୟାରେ ଶିକ୍ଷାବିତ୍ ତଥା ଗବେଷକ ଡ. ଶ୍ରୀକାନ୍ତ ଚରଣ ପାତ୍ର ପୌରହିତ୍ୟ କରି ରାଇବଣିଆର ଐତିହ୍ୟ, ପରମ୍ପରା ଓ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥିଭାବେ ଜଳେଶ୍ୱର ମହୋତ୍ସବ କମିଟି ସଭାପତି ତଥ୍ୟ ସାମ୍ୟବାଦୀ ନେତା ଶିଶିର କୁମାର ହୁଇ ରିତିଯୁଗୀୟ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଜନ୍ମମାଟି ଇତିହାସ ପ୍ରଶିଦ୍ଧ ରାଇବଣିଆ ଦୁର୍ଗ, ମାକିଡିଆସ୍ଥିତ ଟସର ଶିଳ୍ପ ରାଜ୍ୟରେ ବିଦିତ । ଏ ସବୁର ଆବଶ୍ୟକତା ସମ୍ପ୍ରତିକ ସମାଜରେ ପ୍ରତିଫଳିତ ହେବାପାଇଁ ରାଇବଣିଆ ଲୋକ ମହୋତ୍ସବ ଅଧିକ ଧ୍ୟାନ ଦେଉବୋଲି କହିଥିଲେ । ମୁଖ୍ୟବକ୍ତରୂପେ ସୁବର୍ଣ୍ଣଶଅୀ ପ୍ରକାଶନର ମୁଖ୍ୟ କବି କାଳୀିପଦ ପଣ୍ଡା ରାଇବଣିଆର ରଣ ସଂଗୀତ ଆଜିବି ଓଡିଶାବାସୀଙ୍କୁ ଉଦ୍ଦିପନା ଆଣି ଦେଉଛି । ରାଇବଣିଆ ଅଂଚଳର ସଂସ୍କୃତି ଓ ଲୋକଗାଥା ଦିଗଦିଗନ୍ତ ବିଚ୍ଛୁରିତ ହେଉଥିବା କହିଥିଲେ । ଧ୍ୱନୀ ପ୍ରତିଧ୍ୱନୀର ସଂପାଦକ ସୃଷ୍ଟିଧର ପରିଡା, ସମାଜବାଦୀ ନେତ୍ରୀ ତାପସୀ ପ୍ରହରାଜ, ସମାଜସେବୀ ଅରୁଣ କୁମାର ବେଜ, କେନ୍ଦ୍ରୁଝରସ୍ଥିତ ଖଣିଯାନ୍ତ୍ରିକ ବିଦ୍ୟାଳୟର ପ୍ରଫେସର ଇଂ ରତ୍ନାକର ରାୟ ପରସ୍ପର ମଧ୍ୟରେ ଭାତୃତ୍ୟ ସୃଷ୍ଟି ଓ ଆଂଚଳିକ ପ୍ରତିଭାବିକାଶରେ ଲୋକମହୋତ୍ସବ ଗୁରୁତ୍ୱପୂର୍ଣ୍ଣଭୁମିକା ଥାଏ ବୋଲି କହିଥିଲେ । ପ୍ରାରମ୍ଭରେ ଶିକ୍ଷକନେତା ବଂଶିଧର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ସୁକୁମାର ରଣା ଓ ସଂଜୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିବା ବେଳେ ଗିରିଜା ସାସମଲ ଧନ୍ୟବାଦ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା