କିରାଣୀମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଶିକ୍ଷକଙ୍କୁ ମିଳୁନି ନିୟମିତ ଦରମା : ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବୀ…

ବ୍ରହ୍ମପୁର(ସମୃଦ୍ଧ ଓଡିଶା) ଗଣଶିକ୍ଷା ବିଭାଗ ଯେ ଏତେ ଦୁର୍ନୀତି ଭିତରେ ଫସିଯାଇଛି ତାହା ଅଙ୍ଗେ ନିଭାଇବା ଲୋକ ହିଁ ଜାଣିପାରିବ ଯାହା କି ଦୈନଦିନ ଗଣଶିକ୍ଷା ବିଭାଗର ଦୁର୍ନୀତି କଥା ସାମ୍ନାକୁ ଆସୁଛି । କେତେବେଳେ ପିଲାଙ୍କୁ ନିୟମିତ ମଧ୍ୟାହ୍ନ ଭୋଜନ ଦିଆ ଯାଉ ନାହିଁ ତ କେତେବେଳେ ଶିକ୍ଷକ ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି ନିରୀହ ଛାତ୍ରୀଛାତ୍ର ମାନେ । ଏଭଳି ଦୈନଦିନ ଘଟଣା ବର୍ତ୍ତମାନ କୁକୁଡାଖଣ୍ଡି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ନିୟମିତ ଘଟଣା ପାଲଟି ଯାଇଛି । ଶିକ୍ଷକମାନଙ୍କ ଅଭିଯୋଗ ମୁତାବକ ବ୍ଲକର ପ୍ରାୟ ୪୦୦ରୁ ଅଧିକ ନୂତନ ପେନସନ ଭୁକ୍ତ ଶିକ୍ଷକ ମାନଙ୍କର ଚଳିତ ବର୍ଷ ଜାନୁଆରୀ ମାସର ଦରମା ମିଳିନାହିଁ । ଏ ବାବଦରେ ଅଭିଯୋଗ କଲେ କାର୍ଯ୍ୟାଳୟ କେବଳ ସମୟ ଦେବା ଛଡା ସମାଧାନର ପନ୍ଥା ବାହାର କରୁନାହିଁ । ଏ ବାବଦରେ ଶିକ୍ଷକ ମାନେ ବ୍ଲକ ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟ ଘେରାଉ କରିବା ପରେ ବ୍ଲକ ଶିକ୍ଷାଧିକାରି ଏସ.ଗିରିଧର ଚଳିତ ମାସ ୭ ତାରିଖରେ ସମସ୍ତଙ୍କୁ ଜାନୁଆରୀ ମାସର ପ୍ରାପ୍ୟ ମିଳିଯିବ ବୋଲି କହିଥିଲେ । କିନ୍ତୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ । ଅନ୍ୟପକ୍ଷରେ ସୁକୁଣ୍ଡ। ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମ।ବତି ସାହୁଙ୍କ ଗତବର୍ଷର ତିନି ମାସର ଦରମା ଆଦ୍ୟାବଧି ମିଳିନଥିବା ବେଳେ ବାଘଝରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସରସ୍ୱତୀ ଆଚାରି ବିଗତ ବର୍ଷ ଅଗଷ୍ଟ ୨ ତାରିଖରୁ ଡ଼ିସେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ କାରଣରୁ ଛୁଟିରେ ଥିଲେ କିନ୍ତୁ ନିୟମକୁ ଖୁଲମ ଖୁଲା ଉଲଙ୍ଘନ କରି କେବଳ ଅଗଷ୍ଟ ମାସର ଦରମା ମଞ୍ଜୁରୀ କରିଥିବାବେଳେ ଅନ୍ୟମାସ ଗୁଡିକର ଦରମା ଅଦ୍ୟାବଧି ମିଳି ନ ଥିବା ଅଭିଯୋଗ ହୋଇଛି । ଏହିପରି ଭାବରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାତୃ କାଳୀନ ଛୁଟି ସାଙ୍ଗକୁ ଅନ୍ୟାନ୍ୟ ଛୁଟି ଗୁଡିକର ଦରମା ମଞ୍ଜୁରୀ ହୋଇ ନ ଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି । କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭିକାରି ସାହୁଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ କାରଣରୁ ଏହି ଅବସ୍ଥା ଘଟୁଥିବା କଥା ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି । ଏପରିକି ଓଡିଶା ସରକାରଙ୍କ ଅର୍ଥବିଭାଗ ପତ୍ର ସଂଖ୍ୟା ୩୭୪୭୮/୦୧.୧୨.୨୦୧୮ ଓ ଓଡିଶା ପ୍ରାଥମିକ ଶିକ୍ଷା ନିର୍ଦେଶ।ଳୟ ପତ୍ର ସଂଖ୍ୟା ୪୫/୦୨.୦୧.୨୦୧୯ ଅନୁଯାଇ ମହିଳା କର୍ମଚାରୀ ତଥା ଶିକ୍ଷୟିତ୍ରୀମାନଙ୍କ ମାତୃତ୍ୱ ଛୁଟି ନେବା ପାଈଁ ଦରଖାସ୍ତ ଆବେଦନ କଲେ ତାଙ୍କର ଛୁଟି ମଞ୍ଜୁରୀ କରିବା ସହ ମାସକୁ ମାସ ଦରମା ପ୍ରଦାନ କରିବା ନିୟମ ରହିଛି ।ତଥାପି ସମ୍ପୃକ୍ତ କିରାଣୀ ତାଙ୍କ କର୍ତ୍ତବ୍ୟ ପାଳନ କରୁ ନ ଥିବା ଅଭିଯୋଗ ହେଉଛି । ସରକାରୀ ନିୟମକୁ ଖୁଲମ ଖୁଲା କନିଷ୍ଠ କିରାଣୀ ଅବମାନନା କରୁଥିବାରୁ ଶିକ୍ଷକମାନେ ଘୋର ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ ହେଉଛି । ଯଦି ଆଗାମୀ ଦିନରେ ଏହିପରି ଅବ୍ୟବସ୍ଥା ଲାଗିରହେ ତା’ହେଲେ ଜିଲ୍ଲା ଶିକ୍ଷାଧିକାରି ଏବଂ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ଏବଂ ଯଦି ସୁଫଳ ନମିଳେ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶିକ୍ଷକମାନେ ଚେତାବନୀ ଦେଇଛନ୍ତି ଏ ବାବଦରେ ମୁଁ କୌଣସି ମନ୍ତବ୍ୟ ଦେଇପାରିବି ନାହିଁ ବୋଲି କୁକୁଡାଖଣ୍ଡି ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଭିକାରି ସାହୁ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିବା ବେଳେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇ ରଖିବାକୁ ଚେଷ୍ଟା କରିଛନ୍ତି ବୋଲି ଶିକ୍ଷକମାନେ ଅଭିଯୋଗ କରିଛନ୍ତି । ଲୋକପ୍ରିୟତା ଅର୍ଜନ କରୁଥିବା ଜିଲ୍ଲାପାଳ ଶିକ୍ଷକମାନଙ୍କ ହିତ ଦୃଷ୍ଟିରୁ ଏ ଦିଗରେ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା