ମିଶନ ଶକ୍ତି ବ୍ଲକ ସ୍ତରୀୟ ଋଣ ମେଳା ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ରଙ୍ଗେଇଲୁଣ୍ଡା ବ୍ଲକ ପକ୍ଷରୁ ବାଲାଜୀ ବିଦ୍ୟାପୀଠ ଖେଳପଡିଆ, କନିଶି ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ବ୍ଲକ ସ୍ତରୀୟ ଋଣ ମେଳାର ଅୟୋଜନ କରାଯାଇଥିଲା । ଏହି ମେଳାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ରମ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା, ଆର୍ଥିକ ସହୟତା ଓ ବିନା ସୁଧରେ ଋଣ ଯୋଗାଇଦେବା ଏଵଂ ରାଜ୍ୟ ସରକାରଙ୍କ ମିଶନ ଶକ୍ତିର ବିଭିନ୍ନ ଯୋଜନା କିପରି ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ମହାନଗର ନିଗମର କମିଶନର ସୋନାଲ ଜେନା, ବ୍ରହ୍ମପୂର୍ ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି. କୀର୍ତ୍ତି ୱସନ୍, ରଙ୍ଗେଇଲୁଣ୍ଡl ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଉଷାରାଣୀ, ବ୍ଲକ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରୟଙ୍କ ସମେତ ବ୍ଲକର ବହୁ ନିର୍ବାଚିତ ପ୍ରତିନିଧି ଏହି ଋଣ ମେଳାରେ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳ ମହିଳା ମାନଙ୍କୁ ଆର୍ଥିକ ସ୍ତରରେ ଆତ୍ମନିର୍ଭରଶୀଳ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ୧୩୧୩ ସ୍ଵଂୟ ସହାୟକ ଗୋଷ୍ଠୀଙ୍କୁ ୩୫ କୋଟି ୧୪ ଲକ୍ଷ ୧୯ ହଜାର ୩୪୨ ଟଙ୍କା ଋଣ ପ୍ରଦାନ କରାଯାଇଥିବା ବେଳେ, ୨୩୧ ଜଣଙ୍କୁ ବିଧବା ଭତ୍ତା ଆକାରରେ ୫ ଲକ୍ଷ ୭୭ ହଜାର ୫୦୦ ଟଙ୍କା, ୪୯ ଜଣଙ୍କୁ ଦିବ୍ୟାଙ୍ଗ ଭତ୍ତା ଆକାରରେ ୧ ଲକ୍ଷ ୨୨ ହଜାର ୫୦୦ ଟଙ୍କା ଏବଂ ୯୫ ଜଣଙ୍କୁ ବlର୍ଦ୍ଧକ୍ୟଭତ୍ତା ୮୫ ହଜାର ୫୦୦ ଟଙ୍କା ମାନ୍ୟବର ମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇ ଥିଲା । ଏହି ଅବସର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଏବଂ ମିଶନ ଶକ୍ତି ମହିଳା ମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୟ ପାଇଁ ପ୍ରଶାସନ ପକ୍ଷରୁ ବହୁ ଗୁଡ଼ିଏ ଷ୍ଟଲର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମିଶନ ଶକ୍ତି ବିଭାଗର କର୍ମଚାରୀ, ବ୍ଲକ ଓ ତହସିଲର କର୍ମଚାରୀ ସହଯୋଗ କରିଥିଲେ ।