ବିଜେଡିର ରାଜ୍ୟସ୍ତରୀୟ କର୍ମୀ ସଭାରେ ମିଶ୍ରଣ ପର୍ବ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ତା:୨୧/୧୧/୨୦୨୨ ରିଖ ଦିନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପଦ୍ମପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ବର୍ଷା ସିଂ ବରିହାଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବା ପାଇଁ ପାଇକମାଳ ପଞ୍ଚାୟତରେ ବହୁ ରାଜ୍ୟସ୍ତରୀୟ ତଥା ସ୍ଥାନୀୟ ନେତୃବୃନ୍ଦ, କର୍ମୀଙ୍କୁ ନେଇ ଆୟୋଜିତ କର୍ମୀ ସଭାରେ ମିଶ୍ରଣ ପର୍ବ ଜାରି ରହିଥିବା ବେଳେ, ନୂତନ କର୍ମ କର୍ତ୍ତାଙ୍କୁ ରାଜନୈତିକ କର୍ଣ୍ଣ ମନ୍ତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ କର୍ମୀଙ୍କୁ ଘରକୁ ଘର ବୁଲି ସ୍ଥାନୀୟ ମାଟିର ଝିଅ ତଥା ବିଜେଡି ପ୍ରାର୍ଥୀନୀଙ୍କୁ ଏକ ଦୃଷ୍ଟାନ୍ତ କରି ଭୋଟ ବ୍ୟବଧାନ ତଥା ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ହେଲେ ସମସ୍ତେ ମିଳିମିଶି ଏକ ସାକରାତ୍ମକ ମନୋଭାବ ନେଇ, ବିଜେଡିର ଜନହିତକାରୀ ସେବାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ ତଥା ନିବେଦନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା